ବରିଷ୍ଠ ନାଗରିକ ବରଗଡ଼ ସଦର ବ୍ଲକ୍ କର୍ମକର୍ତ୍ତା ନିର୍ବାଚିତ
ବରଗଡ଼ : ବରଗଡ଼ ଉପକଣ୍ଠ ନାଗେନପାଲି ସ୍ଥିତ ନାଗେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ବରଗଡ଼ ସଦର ବ୍ଲକ ବରିଷ୍ଠ ନାଗରିକ ସଂଘ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଏହାକୁ ବରିଷ୍ଠ ସମାଜ ସେବୀ ତଥା ଶିକ୍ଷlବିତ ଶ୍ରୀ ଚନ୍ଦ୍ର ଶେଖର ସାହୁ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ ନାଗରିକ ସଂଘ ସଭlପତି ଶ୍ରୀ କେଦାର ମିଶ୍ର,ସଂପାଦକ ଶ୍ରୀ ଗୋବିନ୍ଦ ଦାଶ, ସଂଗଠନ ସଂପାଦକ ଶ୍ରୀ ଯୋଗେଶ ଚନ୍ଦ୍ର ଦାଶ,ଉପଦେଷ୍ଟା ଶ୍ରୀ ଗୌର ଚନ୍ଦ୍ର କର ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ସଂଗଠନ ର ଆବଶ୍ୟତା ସହ କାର୍ଯ୍ୟ ପଦ୍ଧତି ଓ ସମାଜ ଗଠନ ରେ ବରିଷ୍ଠ ଙ୍କ ଅଭିଜ୍ଞତା ଓ ଉପଲବ୍ଧି ଉପରେ ବକ୍ତବ୍ୟ ରଖି ଥିଲେ। ଗ୍ରାମର ବରିଷ୍ଠ ଶିକ୍ଷlବିତ ମୂରଲୀଧର ପାତ୍ର, ଙ୍କୁ ଜିଲ୍ଲା ସଭାପତି ଶ୍ରୀ କେଦାର ମିଶ୍ର ଉପଢୌକନ, ପୁଷ୍ପ, ସହ ଶ୍ରୀମଦ୍ଭାଗବଦ୍ ଗୀତା ପୁସ୍ତକ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପ୍ରତୁତ୍ତର ରେ ଶ୍ରୀ ପାତ୍ର ବରିଷ୍ଠ ମାନଙ୍କ ଚାଲିଚଳଣି, ଖାଦ୍ୟ ପେୟ ଉପରେ ମତବ୍ୟକ୍ତ କରିଥିଲେ।
ଆଜିର ଏହି ବୈଠକରେ ନୂତନ ବ୍ଲକ କର୍ମକର୍ତ୍ତା ଆଗାମୀ ଦୁଇବର୍ଷ ପାଇଁ ନିର୍ବାଚନ କରାଯାଇଥିଲା । ସର୍ବ ସମ୍ମତି କ୍ରମେ ବ୍ଲକ ସଭାପତି ରୂପେ ଶ୍ରୀ ଚନ୍ଦ୍ରଶେଖର ସାହୁ, ଉପସଭାପତି ଶ୍ରୀ ତିଳକ ରାମ ପ୍ରଧାନ, ସମ୍ପାଦକ ଶ୍ରୀ ମୁହୁରିଆ ପ୍ରଧାନ, ସହ ସମ୍ପାଦକ ଶ୍ରୀ ବଳିଷ୍ଠ କୁମାର ପ୍ରଧାନ, କୋଷlଧକ୍ଷ ଶ୍ରୀ କପିଳ କଠାର ଏବଂ ସଂଗଠନ ସମ୍ପାଦକ ରୂପେ ଡ଼. ଡୋଳlମଣୀ ଶତପଥି ନିର୍ବାଚିତ ହୋଇଥିବା ବେଳେ ଉପଦେଷ୍ଟା ରୂପେ ଶ୍ରୀ ଶ୍ରୀ ଗୋବିନ୍ଦ ସାହୁ, ଶ୍ରୀ ମନବୋଧ ସାହୁ, ଓ ଶ୍ରୀ କିଶୋର ଚନ୍ଦ୍ର ବିଶ୍ବାଳଙ୍କୁ ମନୋନୀତ ହୋଇଥିଲେ । ଜିଲ୍ଲା ସଂଗଠନରୁ ଶ୍ରୀ ଦେବୀ ପଟ୍ଟନାୟକ,ଲମ୍ବୋଦର ମିଶ୍ର,ରାଜେନ୍ଦ୍ର ସାହୁ, ପ୍ରମୁଖ ତଥା ବିଭିନ୍ନ ଗ୍ରାମ ପଞ୍ଚlୟତ ରୂ ବରିଷ୍ଠ ନାଗରିକ ଯୋଗଦାନ କରିଥିଲେ । ଶେଷରେ ଶ୍ରୀ ଗୌର ଚନ୍ଦ୍ର କର ଧନ୍ୟବାଦ ଅର୍ପଣ କରିଥିଲେ।
