ରାସ୍ତାରେ ମୋବିଲ ପଡି ୪ ରୁ ଉର୍ଦ୍ଧ ବାଇକ ଆରୋହୀ ଗୁରୁତର
କାମାକ୍ଷାନଗର-(ରିପୋର୍ଟ – ଧର୍ମାନନ୍ଦ ସେଠି)
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରର ମୂଷାମଲ୍ଲିକ ପାର୍କ ନିକଟରେ କାମାକ୍ଷାନଗର -ଢେଙ୍କାନାଳ ମୁଖ୍ୟ ରାସ୍ଥାରେ ମୋବିଲ ପଡିଥିବାରୁ ୪ ରୁ ଉର୍ଦ୍ଧ ବାଇକ ଆରୋହୀ ଗୁରୁତର ଭାବେ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିବାର ଜଣାଯାଇଛି l ସହରର ବରିଷ୍ଠ ସାମ୍ବାଦିକ ଧର୍ମାନନ୍ଦ ସେଠୀ, ବାବୁଲି ସାହୁ, ବିନୟ ବିଶ୍ୱାଳ, ପ୍ରଦୀପ ସାହୁ ପ୍ରମୁଖ ବୁଧବାର ରାତିରେ ଭୋଜିଖାଇ ଫେରୁଥିଲେ l ମୂସାମଲ୍ଲିକ ପାର୍କ ପାଖରେ ରାସ୍ତା ଉପରେ ମୋବିଲ ପଡିଥିବାରୁ ବାଇକ ଦୁଇଟି ଖସି ପଡିବାରୁ ଆରୋହୀ ୪ ଜଣ ଗୁରୁତର ଭାବେ ଆହତ ହୋଇ ପଡ଼ିଥିଲେ l ତାଙ୍କୁ ଉପଖଣ୍ଡ ପଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l
