
*ଲଷ୍ମୀକାନ୍ତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ*
ଭଞ୍ଜଦୁତ ଖବର (ଅଂଶୁମାନ ଘୋଷ)
ବାଙ୍ଗିରିପୋଷି ୫/୦୨(ନି.ପ୍ର)- ବାଙ୍ଗିରିପୋଷି ସ୍ଥିତ ଲଷ୍ମୀକାନ୍ତ ମହାବିଦ୍ୟାଳୟରେ ୩୭ତମ ବାର୍ଷିକ ଉତ୍ସବ ମହାବିଦ୍ୟାଳୟର ଅଧ୍ୟକ୍ଷ ହରିହର ଶଙ୍ଖୁଆଙ୍କ ଦ୍ୱାରା ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ ଓ ଉଚ୍ଚ ପ୍ରାଥମିକ ଶିକ୍ଷା ପରିଷଦର ପୂର୍ବତନ ଉପପସଭାପତି ପ୍ରୋଫେସର ତୁଷାର କାନ୍ତି ତ୍ରିପାଠୀ, କଲେଜର ପୂର୍ବତନ ଅଧ୍ୟକ୍ଷ ଡ. ପୁଷ୍ପା ପାତ୍ର, କଲେଜର ପ୍ରତିଷ୍ଠାତା ଲକ୍ଷ୍ମୀକାନ୍ତ ଦାସ ସହ ପ୍ରତିଷ୍ଠାତ୍ରି ବିନୋଦିନୀ ଦାସ ଏବଂ ବିଡିଓ ପରମାନନ୍ଦ ଖଣ୍ଟାଇ, ସମାଜସେବୀ ସୁଗୁଦା ମୁର୍ମୁ ଅତିଥି ଭାବେ ଯୋଗଦେଇ ଶିକ୍ଷା ବିକାଶର ପଥ ଖୋଳୁଥାଏ ବୋଲି ମତବ୍ୟକ୍ତ କରିଥିଲେ l ମୂଖ୍ୟ ଅତିଥି ତାଙ୍କର ଅଭିଭାଷଣରେ ଆଜିର ଯୁବପିଢ଼ି ନୂଆ ଭାରତ ଗଠନ ପାଇଁ ବିଶେଷ ଭୂମିକା ରହିଥିବା ବେଳେ କଲେଜ ଛାତ୍ରଛାତ୍ରୀମାନେ ହେଉଛନ୍ତି ତାହାର ଶକ୍ତି, ତେଣୁ ସଠିକ ଦିଗରେ ପରିଶ୍ରମ କରିବା ଓ ଭଲ ମଣିଷ ହେବା ପାଇଁ କହିଥିଲେ ଏବଂ ବିଭିନ୍ନ ପ୍ରତିଯୋଗିତାରେ ବିଜେତା ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରିବା ସହ ଉଜ୍ଜଳ ଭବିଷ୍ୟତ କାମନା କଲେ ।
