* *ବିବେକ ସେନା ତରଫ ରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁଶ୍ରଦ୍ଧାଞ୍ଜଳି*(କଳାହାଣ୍ଡି.ରମେଶ ଅଗ୍ରୱାଲ.) ଭବାନୀପାଟଣା : ତା ୦୪/୦୨/୨୦୨୬ ରିଖ ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ବିବେକ କନଫରେନ୍ସ ହଲ ଠାରେ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ପୁଣ୍ୟତିଥି ରେ କଳାହାଣ୍ଡି ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକ ସେନା ତରଫ ରୁ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା | ମଧୁସୂଦନ ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ଓ ଲେଖକ ଓ କବି ତଥା ତାଙ୍କ ନୀତି ଆଦର୍ଶ, ଦେଶଭକ୍ତି, ଭାଇଚାରା ସହ ରାଷ୍ଟ୍ରଗଠନ ରେ ସମସ୍ତେ ନିୟୋଜିତ ରହିବାକୁ ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଆହ୍ୱାନ ଦେଇଥିଲେ | ପ୍ରଥମେ ମଧୁ ବାବୁ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପାଞ୍ଜଳି ପରେ ସଭା ଆରମ୍ଭ ହୋଇଥିଲା | ଶିକ୍ଷାବିତ୍ ତଥା ବରିଷ୍ଠ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ, ସମାଜସେବୀ ମନୋହର ସା, ହରିଷ୍ଠ ଗୌଡ଼, ରୋଶନୀ ମାଝୀ ସମେତ ବହୁ ବିବେକ ସେନା ର ସଦଶ୍ୟ ଉପସ୍ଥିତ ରହି ସହଯୋଗ ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ | ବନ୍ଦେ ମାତରମ୍ ଗାନ ସହ ସଭା ସାଙ୍ଗ କରାଯାଇଥିଲା |
