*ଓସ୍ପା ଅନୁଷ୍ଠାନ ର ୨୨ ତମ ବୈଠକ ପତୋରା ସ୍ଥିତ ବିଶ୍ରାମ ଗାର ଠାରେ ଅନୁଷ୍ଠିତ,ନୂତନ କର୍ମକର୍ତ୍ତା ଚୟନ।*
ନୂଆପଡା (ମିଖାଏଲ ନନ୍ଦ)
ତା:୦୩.୦୨.
ନୂଆପଡ଼ା ଜିଲ୍ଲା ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ୍ ଏସୋଷିଏସନ୍ ର ଓସ୍ପା ଅନୁଷ୍ଠାନ ର ୨୨ ତମ ବୈଠକ ପତୋରା ସ୍ଥିତ ବିଶ୍ରାମ ଗାର ଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଧରଣୀଧର ସେଠୀ ଯୋଗ ଦେଇଥିବା ବେଳେ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରବନ୍ଧକ ମଧ୍ୟ ଯୋଗ ଦେଇଥିଲେ।ଓଡ଼ିଶା ଫାର୍ମାସିଷ୍ଟ ସର୍ଭିସ୍ ଏସୋଷିଏସନ୍ ନୂଆପଡ଼ା ଶାଖା ର ନୂତନ କର୍ମକର୍ତ୍ତା ଚୟନ ହୋଇଅଛି। ସଭାପତି ରୂପେ ବିନ୍ଧୁ ରାଜ୍ ମନୋନୀତ ହୋଇଥିବା ବେଳେ ସମ୍ପାଦକ ରୁପେ କୃଷ୍ଣ ଚନ୍ଦ୍ର ରଥ ମନୋନୀତ ହୋଇଛନ୍ତି। ଉପ ସଭାପତି ରୂପେ ସମୀର କୁମାର ପାଣିଗ୍ରାହୀ, ସାଧାରଣ ସମ୍ପାଦକ ରୁପେ କେଶବ କୁମାର ସାହୁ ଏବଂ କୋଷାଧ୍ୟକ୍ଷ ରୂପେ କିଶୋର ସାହୁ ଦ୍ଵିତୀୟ ଥର ପାଇଁ ମନୋନୀତ ହୋଇଛନ୍ତି। ଅନୁଷ୍ଠାନ ରେ ନିର୍ବାଚନ ନୁହଁ ବନ୍ଧୁ ମିଳନ ଏବଂ ନିଷ୍ପତ୍ତି ରେ ପଦାଧିକାରୀ ଚୟନ ହୋଇଅଛି।
