*ଯୋଗୀମଠ ଋଷିପୀଠ ପର୍ଯ୍ୟଟନ ନାମ ରେ ପାଳିତ ହେବା ଆଞ୍ଚଳିକ ମହୋତ୍ସବ ୨୦୨୬, ପାଳନ ନେଇ ପ୍ରାର୍ଥମିକ ବୈଠକ ଅନୁଷ୍ଠିତ*
ନୂଆପଡ଼ା (ମିଖାଏଲ ନନ୍ଦ)
ତା:୦୨.୦୨.
ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ଯୋଗୀମାଠ ଋଷିପୀଠ ପର୍ଯ୍ୟଟନ ନାମ ରେ ପାଳିତ ହେବା ଆଞ୍ଚଳିକ ମହୋତ୍ସବ ୨୦୨୬, ପାଳନ ନେଇ ପ୍ରାର୍ଥମିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ବରିଷ୍ଠ ନାଗରିକ ଗଙ୍ଗା ସିଂ ବାବୁ ଅଧ୍ୟକ୍ଷତା କରିଥିବା ବେଳେ ଆସନ୍ତା ଦିନ ରେ ମହୋତ୍ସବ ପାଳନ କରି ଅଞ୍ଚଳ କଳା, ସାହିତ୍ୟ ସଂସ୍କୃତି, ଐତିହ, ଓ ପରମ୍ପରା କୁ ଉଜ୍ଜୀବିତ କରିବାର ପ୍ରୟାସ କୁ ସମସ୍ତ ଅଞ୍ଚଳ ବାସୀ ସ୍ବାଗତ କରିଥିବା ବେଳେ ବିକାଶ ଏବଂ ବିକଶିତ ପର୍ଯ୍ୟଟନ ସ୍ଥଳୀର ଭିତ୍ତିଭୂମି ନିର୍ମାଣ ନେଇ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ଉପସ୍ଥାପନା କରିବେ। ଜିଲ୍ଲା ପରିଷଦ ସଭ୍ୟ ମଲ୍ୟବନ୍ତ୍ ସୁନା ବୈଠକ ଆହ୍ବାନ କରିଥିବା ବେଳେ ଭୂଜାଙ୍ଗ ଯାନୀ, ନୃପ ସିଂ ବାବୁ,କରୁଣାକର ମାଝୀ, ଗୋପାଳ ଦାସ,ସଦାନନ୍ଦ ତାଣ୍ଡି, ଲିଙ୍ଗରାଜ ମେହେର,ଦେବୀ ଚରଣ ମେହେର,ସର୍ଗି ବାଗ,କାଳୀ ଚରଣ ଦାସ,ଖିରଧର ସୋନି, କପୂର୍ ଛତ୍ରିଆ,ସୁବୋଧ ସିଂ ବାବୁ, ପ୍ରଶାନ୍ତ ଦାସ,ଗଙ୍ଗା ମହାଉତୀ, ପ୍ରମୁଖ ସହ ତୁକଲା କଲେଜ୍ ଅଧ୍ୟକ୍ଷ, ବହୁ ନାଗରିକ ଯୋଗ ଦେଇ ଆସନ୍ତା ଦିନ ରେ ନିଶ୍ଚିତ ରୂପେ ଅନୁଷ୍ଠିତ କରିବାକୁ ସମସ୍ତେ ଏକ ସ୍ଵରରେ ପ୍ରକାଶ କରିଛନ୍ତି।
