*ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷ ରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖଡିଆଳ ପରିସର ମଧ୍ୟରେ ଓଡ଼ିଶା ପାଠ୍ୟ କ୍ରମ ରୂପରେଖ ୨୦୨୫ ଓ ଜାତୀୟ ଶିକ୍ଷାନୀତି ୨୦୨୦ ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ*
ନୂଆପଡ଼ା (ମିଖାଏଲ ନନ୍ଦ)
ତା:୦୨.୦୨.
ନୂଆପଡ଼ା ଜିଲ୍ଲା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷ ରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖଡିଆଳ ପରିସର ମଧ୍ୟରେ ଓଡ଼ିଶା ପାଠ୍ୟ କ୍ରମ ରୂପରେଖ ୨୦୨୫ ଓ ଜାତୀୟ ଶିକ୍ଷାନୀତି ୨୦୨୦ ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।ନୂତନ ବିକଶିତ ପାଠ୍ୟ ପୁସ୍ତକ ସଞ୍ଚାଳନ ନିମନ୍ତେ ଶିକ୍ଷକ ଙ୍କୁ ପାଞ୍ଚ ଦିନ ଧରି ବିଭିନ୍ନ ତାଲିମ୍ ପ୍ରଦାନ କରିଛନ୍ତି। ଗତ ୨୭ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ତାଲିମ ଗ୍ରହଣ କରିଥିବା ବେଳେ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ମାନେ ତାଲିମ ନେଇ ବିଦ୍ୟାର୍ଥୀଙ୍କ ନିଜ ଆଞ୍ଚଳିକ ବିଷୟ ବସ୍ତୁ, ପର୍ବପର୍ବାଣୀ, କଳା ସାହିତ୍ୟ, ସଂସ୍କୃତି ପରମ୍ପରା, ଐତିହ ଓ ସ୍ଥାପତ୍ୟ କୁ ନେଇ ଶିକ୍ଷା ଗ୍ରହଣ କରିବେ। ଏହି ତାଲିମ୍ ଶିବିର ରେ ୧୧୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ତାଲିମ୍ ଗ୍ରହଣ କରିଛନ୍ତି। ମନୋରମା ରଥ, ଲକ୍ଷ୍ମୀ ନାରାୟଣ ସାହୁ, ପ୍ରଦୀପ କୁମାର ରାଉତରାୟ, ପ୍ରଫୁଲ୍ଲ କୁମାର ବେହେରା, ପ୍ରମୁଖ ଯୋଗ ଦେଇଥିବା ବେଳେ ଚିନ୍ଦାଗୁଡ଼ା ସିଆରସି ଶିଲୁ ମହାନନ୍ଦ, ମେହେର ପଡ଼ା ସିଆରସି ଭିମା ବିହାରୀ ବାଗ ପ୍ରମୁଖ ଯୋଗ ଦେଇଥିଲେ। ଓଡ଼ିଶା ପାଠ୍ୟ କ୍ରମ ରୂପରେଖ ୨୦୨୫ ଓ ଜାତୀୟ ଶିକ୍ଷାନୀତି ୨୦୨୦ ବ୍ଲକ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶିକ୍ଷା ଦାନ ବ୍ୟବସ୍ଥା କୁ ବହୁ ସହାୟକ ହେବା ସହ ଛାତ୍ର ଛାତ୍ରୀମାନେ ସହଜ ଏବଂ ସରଳ ଭାବରେ ବୁଝି ପାରିବେ ବୋଲି ପ୍ରକାଶ କରିଛନ୍ତି।
