ସଂସ୍କାର ପବ୍ଲିକ ସ୍କୁଲରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର
କାମାକ୍ଷାନଗର –
କାମାକ୍ଷାନଗର ଉପଖଣ୍ଡ ରହଣୀ ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲ ଏବଂ ଟାଟାଷ୍ଟିଲ ଫାଉଣ୍ଡେସନର ମିଳିତ ସହଯୋଗରେ ଶନିବାର ଜାନୁଆରୀ ୩୧,୨୦୨୬ରେ ବିଦ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଏହି ଅବସରରେ ଜାମସେଦପୁର ଟାଟାରୁ ଅଭିଜ୍ଞ ଡାକ୍ତରୀ ଦଳ ଆକାଂକ୍ଷା ପ୍ରୋଜେକ୍ଟ ଅଧୀନସ୍ଥ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ୬୦ ଜଣ ମାଙ୍କିଡିଆ ଓ ଜୁଆଙ୍ଗ ସମ୍ପ୍ରଦାୟର ଛାତ୍ରଛାତ୍ରୀ ଏବଂ ଛାତ୍ରାବାସର ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନଙ୍କର ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି ଶିବିରରେ ରକ୍ତଚାପ, ଚକ୍ଷୁ ପରୀକ୍ଷା, ସୁଗାର ପରୀକ୍ଷା, ହିମୋଗ୍ଲୋବିନ୍ ପରୀକ୍ଷା, ଇସିଜି, ଏକ୍ସ ରେ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଆବଶ୍ୟକୀୟ ଔଷଧ ବିନା ମୂଲ୍ୟରେ ଯୋଗାଇ ଦିଆଯାଇଥିଲା। ଛାତ୍ରଛାତ୍ରୀ ମାନଙ୍କୁ ସମ୍ବୋଧିତ କରି ଏହି ଦଳ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରି ସେମାନଙ୍କୁ ବ୍ୟକ୍ତିଗତ ସ୍ବଚ୍ଛତା, ସନ୍ତୁଳିତ ଆହାର ଏବଂ ନିଜ ସ୍ବାସ୍ଥ୍ୟର ଯତ୍ନ ନେବା ସମ୍ପର୍କରେ ସଚେତନ କରାଇଥିଲେ। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶାନ୍ତନୁ ଚାଟାର୍ଜୀ ଟାଟାଷ୍ଟିଲ ଫାଉଣ୍ଡେସନ ଏବଂ ଡାକ୍ତରୀ ଦଳଙ୍କୁ ନିଜର ଆନ୍ତରିକ କୃତଜ୍ଞତା ବ୍ୟକ୍ତ କରିବା ସହ ସେମାନଙ୍କ ମୂଲ୍ୟବାନ ସମର୍ଥନ ପାଇଁ ହୃଦୟରୁ ଧନ୍ୟବାଦ ଜଣାଇଥିଲେ।
ଧର୍ମାନନ୍ଦ ସେଠି ଙ୍କ ଖବର
