ରାସ୍ତାକାମରେ ଅନୀୟମିତତା ନେଇ ଅଭିଯୋଗ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):ରାସ୍ତାକାମରେ ଅନିୟମିତତା ନେଇ ଜିଲ୍ଲାପରିଷଦ ସଦସ୍ୟ ଜୟରାମ ଦାସ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁଳେ ସୋର ବ୍ଲକ ପାଖର ପଞ୍ଚାୟତ ସରସ୍ୱତୀପୁର ଠାରେ ସୋର ଏକ କଂକ୍ରିଟ ରାସ୍ତାକାମ ଚାଲୁଅଛି। ମାତ୍ର ଏଠାରେ ଜିଓ ଟେଗ୍ ଫଟୋ କିମ୍ବା ସୁଚନା ଫଳକ ନଥିବାରୁ ନିମ୍ନ ମାନର କାମ ହେଉଥିବା ନେଇ ଶ୍ରୀଦାସ ପୁର୍ବରୁ ସୋର ବିଡିଓ ଓ ଏଇଇଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ଏନେଇ ଆଜି ଜିଲ୍ଲାପରିଷଦ ସଦସ୍ୟ ଶ୍ରୀ ଦାସ ସୋର ବିଡିଓଙ୍କ ଜରିଆରେ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। କାମ ଆରମ୍ଭ ପୁର୍ବରୁ ସୂଚନା ଫଳକ ବାଧ୍ୟତାମୁଳକ ଥିବା ବେଳେ ଅନେକ ସ୍ଥାନରେ ବିନା ସୁଚନା ଫଳକ ରେ କାମ ହେଉଥିବା ନେଇ ଅଭିଯୋଗ ହୋଇଛି।
