*ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ ମହିଳା କଲେଜ ପରିସର ମଧ୍ୟରେ ଜାତୀୟ ସେବା ଯୋଜନା ପକ୍ଷ ରୁ ସହିଦ ଦିବସ ପାଳିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୩୦.୦୧.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଡିଗ୍ରୀ ମହିଳା ମହାବିଦ୍ୟାଳୟ ପରିସର ମଧ୍ୟରେ ଜାତୀୟ ସେବା ଯୋଜନା ପକ୍ଷ ରୁ ସହିଦ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ସ୍ବଚ୍ଛତା ହିଁ ସେବା ରେ ସ୍ବେଛାସେବୀ ମାନେ କଲେଜ୍ ପରିସର କୁ ସଫେଇ କାର୍ଯ୍ୟ କରିଥିଲେ। ଅନୁଷ୍ଠିତ ସଭା ରେ କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା ଯୋଗ ଦେଇ ଦେଶ ସ୍ଵାଧୀନତା ର ମୁଖ୍ୟ ପରୋଦ୍ଧା ଙ୍କ ତିରୋଧାନ ଦିବସ ରେ ଦେଶ ମାତୃକା ପାଇଁ ସହିଦ ହୋଇଥିଲେ। ତାଙ୍କ ଜୀବନ ପ୍ରତି ଅନୁପ୍ରାଣିତ ହୋଇ ଜୀବନରେ ବ୍ୟବହାର କରିବାକୁ ଆହ୍ବାନ କରିଥିଲେ। ସଭାର ଅତିଥି ରୂପେ କଲେଜ୍ ପରିଚାଳନା ସଭାପତି ବିନୋଦ ବିହାରୀ ପାଢୀ, ସମ୍ମାନିତ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ପରମେଶ୍ବର ବାରିକ, ତପନ ଦାସ ଯୋଗ ଦେଇ ଜୀବନ ଏକ ଶୃଙ୍ଖଳିତ ଏବଂ ଅହିଂସା ଭାବରେ ନିର୍ବାହ କରିବାକୁ ଆହ୍ବାନ କରିଥିଲେ। ସଭାରେ ଜାତୀୟ ସେବା ଯୋଜନା ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରଧାନୀ ମଞ୍ଚ ପରିଚାଳନା କରିଥିବା ବେଳେ ଲକ୍ଷ୍ମୀ ନାରାୟଣ ପଣ୍ଡା ଧନ୍ୟବାଦ ଦେଇଥିଲେ। ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ବଚ୍ଛତା ବିଶେଷଜ୍ଞ ରାଜୀବ, ମମତା ଥାପା, ଅନିତା ତାହାଣି, ଅଧ୍ୟାପିକା, ଅଧ୍ୟାପକ କଲେଜ୍ କର୍ମଚାରୀ, ଛାତ୍ରୀମାନେ ଯୋଗ ଦେଇଥିଲେ। କଲେଜ୍ ପରିସର କୁ ସଫେଇ କରିଥିଲେ।
