ରାମକୃଷ୍ଣ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ
କାମାକ୍ଷାନଗର-
କାମାକ୍ଷାନଗର ଉପଖଣ୍ଡ ମାକୁଆକାଟେଣୀ ସ୍ଥିତ ରାମକୃଷ୍ଣ ଶିଶୁ ବିଦ୍ୟାମନ୍ଦିରର ଦଶମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ନିବାରଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଉପଦେଷ୍ଟା ପ୍ରେମାନନ୍ଦ ସାହୁ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଶିକ୍ଷକ, ବିଦ୍ୟାର୍ଥୀ ଓ ଅଭିଭାବକ ଏକ ସରଳ ରେଖାରେ ରହିରେ ଶିକ୍ଷାର ଉର୍ନତୀ ରେ ସହାୟକ ହୋଇପାରିବ ବୋଲି ପ୍ରକାଶ କରିଥିଲେ l ଶଙ୍କର୍ଷଣ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସାଂପ୍ରତୀକ ପରିସ୍ଥିତିରେ ଶିକ୍ଷାକୁ ଗୁରୁତ୍ୱ ଦେଲେ ଅଞ୍ଚଳ ଠାରୁ ଦେଶ ପର୍ଯ୍ୟନ୍ତ ବିଭର୍ଣ୍ଣ କ୍ଷେତ୍ରରେ ଉର୍ନତ୍ତି ସମ୍ଭବ ବୋଲି କହିଥିଲେ l ସରପଞ୍ଚ ଦିପ୍ତିମଞ୍ଜରୀ ସାହୁ, ଗ୍ରାମ ପରିଚାଳନା କମିଟିର ସଭାପତି ନବକିଶୋର ପ୍ରଧାନ,ଅଚ୍ୟୁତାନନ୍ଦ ସାହୁ,ସର୍ବେଶ୍ୱର ପ୍ରଧାନ, ଜନ୍ମେଜୟ ପ୍ରଧାନ,ସଦାନନ୍ଦ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ l ପ୍ରଧାନ ଶିକ୍ଷୟତ୍ରୀ ତମସିକ୍ରିଷ୍ନା ବେହେରା ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ପରିଚାଳନା କମିଟିର ସଂପାଦକ ନିହାର ରଞ୍ଜନ ପ୍ରଧାନ ଧନ୍ୟବାଦ ଦେଇଥିଲେ l ଏଇ ଅବସରରେ ବିଦ୍ୟାଳୟର ବିଭିର୍ନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା l ଶିକ୍ଷାବିତ ବିଜୟ କୁମାର ଦେହୁରୀ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ଲ
ଧର୍ମାନନ୍ଦ ସେଠି ଙ୍କ ସ୍ୱତନ୍ତ୍ର ଖବର
