ଜାତୀୟ କନ୍ୟା ଶିଶୁ ଦିବସ ପାଳନ ଓ ଆଇନ୍ ସଚେତନତା ସଭା ।
ଯାଜପୁର ତା ୨୪.୦୧(ଭଞ୍ଜଦୂତ:ନିପ୍ର)ସରୋଜ କୁମାର ଧଳ
ଯାଜପୁର ଜିଲ୍ଲା ଦୌରାଜଜ୍ ତଥା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦ୍ଦେଶ କ୍ରମେ ଯାଜପୁର ବ୍ଲକ୍ ଅନ୍ତର୍ଗତg ନାଥ ସାହି ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପରିସର ରେ ଜାତୀୟ ବାଳିକା ଶିଶୁ ଦିବସ ପାଳନ ସହିତ ଆଇନ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି।ଏଥିରେ ପ୍ରାଧିକରଣ ପ୍ରାକ୍ତନ ସଦସ୍ୟ ତଥା ସାମାଜିକ କାର୍ଯ୍ୟକର୍ତ୍ତା ଡ଼ ରୁଦ୍ରନାରାୟଣ ପୃଷ୍ଟି ଅଧ୍ୟକ୍ଷତା କରିଥିବା ବେଳେ ପ୍ରଧାନ ଶିକ୍ଷକ ଅମୀୟ କୁମାର ଜେନା ସୂଚନା ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ।ଅତିଥି ଆଲୋଚକ ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଆଡଭୋକେଟ୍ ମନୋଜ ନାଥ ଯାଜପୁର ସଦରଥାନା ଏଏସଆଇ ସୁଶାନ୍ତ କୁମାର ଦାଶ ପ୍ରମୁଖ ଯୋଗଦେଇ ଗତ୨୦୦୮ ମସିହାରୁ ପାଳିତ ହୋଇ ଆସୁଥିବା ଏହି ଦିବସର ମହତ୍ତ୍ଵ ସହିତ ଯତ୍ନ ଓ ସୁରକ୍ଷା ଲୋଡୁଥିବା ଶିଶୁ ଏବଂ ଆଇନ୍ ରେ ଛନ୍ଦି ହୋଇଥିବା ଶିଶୁ ଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବ୍ୟବସ୍ଥା ,ଜାତୀୟ ପ୍ରାଧିକରଣ ର ଆଶା ଯୋଜନା ବାଲ୍ୟବିବାହ ମୁକ୍ତ ଭାରତ ଇତ୍ୟାଦି ବିଷୟରେ ବିଶଦ ବର୍ଣନା କରିଥିଲେ ।ଶିକ୍ଷକ ରାଧାଶ୍ୟାମ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଦିଲ୍ଲୀପ କୁମାର ସାମଲ,ପ୍ରଶାନ୍ତ କୁମାର ରାୟ ଏବଂ ପ୍ରାଧିକରଣ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।