ବିଶାଳ ବିଶ୍ବ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ।
ପରଜଙ୍ଗ : ୨୫।୦୧(ଭଞ୍ଜଦୂତ ଖବର ସତ୍ୟବାଦୀ ସେଠୀ)
ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ
ଗଡପଳାଶୁଣି ପଞ୍ଚାୟତ ଠାରେ
ରବିବାର ଦିନ ଏକ ବିଶାଳ ବିଶ୍ବ
ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ସମିତି ସ୍ଵାଗତ, ଯଜ୍ଞଆରମ୍ଭ,
ପ୍ରବଚନ ଓ ପ୍ରସାଦ ସେବନ କାର୍ଯ୍ୟ
ଅନୁଷ୍ଠିତ ହୋଇଥିଲା । ଉକ୍ତ ସମ୍ମିଳନୀରେ
ସମସ୍ତ ହିନ୍ଦୁଙ୍କୁ ଏକତା ସୂତ୍ରରେ ବାନ୍ଧିବା
ନେଇ ଆଲୋକପାତ କରାଯାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନରହରୀ ବେହେରା,ସବମ୍ମାନିତ ଅତିଥି ଦାମୋଦର ବେହେରା,ଜୟକୃଷ୍ଣ ସେଠ,ସଭା ସଂଚାଳକ ମୁରଲୀଧର ରଣା,ବକ୍ତି ଶଶିଭୂଷଣ ଦାସ, ବକ୍ତା ଗୁଣନିଧି ବେହେରା,ସାଧୁ ଦ୍ୱାରି ଦାସ,ସଂଚାଳକ ପ୍ରମୋଦ କୁମାର ସାମଲ ଯୋଗଦେଇଥିଲେ।
ପ୍ରଥମେ ଗାଁ ମନ୍ଦିର ଚତୁଃପାର୍ଶ୍ଵରେ
ଭଜନ କୀର୍ତ୍ତନ କରି ସଭାରେ
ଯୋଗଦେଇଥିଲେ। ବାମ ପଞ୍ଚାୟତ, ଝିଲ୍ଲୀ ପଞ୍ଚାୟତ ଏବଂ ଗଡ଼ପଳାଶୁଣି ପଞ୍ଚାୟତ କୁ ନେଇ ଏହି ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହାର ମୁଖ୍ୟ ଦାଇତ୍ୱ ନେଇଥିଲେ ସରୋଜ କୁମାର ବେହେରା। ବେହେରାଙ୍କ ଦାଇତ୍ୱ ରେ ବିଶ୍ୱ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
