ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ୧୬ତମ ଜାତୀୟ ମତଦାତା ଦିବସ ପାଳିତ
ଭବାନୀପାଟଣା,(କିଶନ ଶର୍ମା)-୨୫/୧- ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ୧୬ତମ ଜାତୀୟ ମତଦାତା ଦିବସ ପାଳିତ ପାଳିତ ହୋଇଯାଇଅଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜାତୀୟ ମତଦାତା ଦିବସର ଅଭିନନ୍ଦନ ଜଣାଇବା ସହ ଭାରତର ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ମତଦାନ ଏକ ମହତ୍ ଓ ସର୍ବବୃହତ ଦାନରେ ନିଜକୁ ସାମିଲ କରି ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ଥ କରିବା ପାଇଁ ପ୍ରେରଣା ଦେଇଥିଲେ। ନୂଆ ମତଦାତାମାନଙ୍କୁ ମତଦାନ ପ୍ରକ୍ରିୟାର ଗୁରୁତ୍ୱ ସହ ଭାରତୀୟ ନାଗରିକର ମର୍ଯ୍ୟାଦାପୂର୍ଣ୍ଣ ଅଧିକାର ଦେଶ ଗଠନରେ ବିନିଯୋଗ କରିବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା। ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ପ୍ରତାପ ଚନ୍ଦ୍ର ଦାଶ, ଏନ୍ସିସି ଅଧିକାରୀ ଅଧ୍ୟାପକ ସୁଶାନ୍ତ କୁମାର ଦାଶ, ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ଅନୁକୁଲ ସାହାଣି, ମାନସ ରଞ୍ଜନ ଠାକୁର ସମେତ ଅନେକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମର ସଫଳତାରେ ସହଯୋଗ କରିଥିଲେ। ଶେଷରେ ଅଧ୍ୟକ୍ଷ ଶ୍ରୀ ମୁଣ୍ଡଙ୍କ ଦ୍ୱାରା ସମସ୍ତଙ୍କୁ ଜାତୀୟ ମତଦାତା ଦିବସର ଶପଥ ପାଠ କରାଯାଇଥିଲା।
