*ବୀଣାପାଣି ଯୁବକ ସଂଘର ରକ୍ତଦାନ ସଚେତନତା କର୍ମଶାଳା*
ବସ୍ତା:- ୨୨/୦୧ (ନି.ପ୍ର)
ବସ୍ତା ବ୍ଲକ ଅନ୍ତର୍ଗତ ଦଣ୍ଡିକା ସ୍ଥିତ ବୀଣାପାଣି ଯୁବକ ସଂଘ ଆନୁକୁଲ୍ୟରେ ଏକ ସ୍ବେଚ୍ଛା ରକ୍ତଦାନ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଯୁବକ ସଂଘର ସଭାପତି ଗୌରଶ୍ୟାମ ନାୟକ ସଭାପତିତ୍ଵ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାକ୍ତନ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ଓ ଓଡ଼ିଶା ରକ୍ତଦାତା ସଙ୍ଗଠନର ସାଧାରଣ ସମ୍ପାଦକ ଗୋପାଳ ଚନ୍ଦ୍ର ସାହୁ ପ୍ରମୁଖ ବିଷୟ ବିଶେଷଜ୍ଞ ଭାବରେ ଯୋଗଦେଇ ସ୍ୱେଚ୍ଛା ରକ୍ତଦାନର ଉପାଦେୟତା ଓ ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ । ସଦସ୍ୟ ହ୍ରିତିକ କୁମାର ନାୟକ, ରାକେଶ କୁମାର ମହାନ୍ତି ଓ ମାନସ କୁମାର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଚଳିତ ଜାନୁୟାରୀ ମାସ ୨୪ ତାରିଖ ଦିନ ଏହି ଶିବିର ବୀଣାପାଣି ଯୁବକ ସଂଘ ପରିସରରେ ଅନୁଷ୍ଠିତ ହେବ ବୋଲି ଯୁବକ ସଂଘର ସଭାପତି ଶ୍ରୀଯୁକ୍ତ ନାୟକ ସୂଚନା ପ୍ରଦାନ କରିଛନ୍ତି।
