*ଦକ୍ଷିଣପୁର କ୍ଳଷ୍ଟର ସ୍ତରୀୟ ଶିକ୍ଷାସଭା ଅନୁଷ୍ଠିତ*
ବ୍ରହ୍ମପୁର-*ଦକ୍ଷିଣପୁର କ୍ଲଷ୍ଟରସ୍ଥ ଲକ୍ଷ୍ମୀ
ନାରାୟଣ ଉଚ୍ଚ ବିଦ୍ୟାପୀଠ ଠାରେ କ୍ଲଷ୍ଟରସ୍ତରୀୟ ଶିକ୍ଷାସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଥିଲା । ଏହି ବୈଠକରେ ଆମ୍ବଗଡ଼ ସମବାୟ ସମିତିର ସଭାପତି ତଥା ଲାଞ୍ଜିଆ ପଂଚାୟତ ସମିତି ସଭ୍ୟ କାହ୍ନୁଚରଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଗବାନଙ୍କ ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ଏହି କ୍ଲଷ୍ଟରର ପୂର୍ବତନ ସି ଆର ସି ସି ଶିବରାମ ମହାଙ୍କୁଡ଼ ମୁଖ୍ୟ ବକ୍ତା , ରଞ୍ଜନ କୁମାର ପାଣିଗ୍ରାହୀ, ଶିକ୍ଷାବିତ୍ ପ୍ରମୋଦ କୁମାର ସାମନ୍ତରାୟ , ଶିକ୍ଷାବିତ୍ ନକୂଳ ଜେନା , ଗିରିଧାରୀ ସାହୁ ଓ ଗଙ୍ଗାଧର ଗୌଡ଼ ସଂମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ଅଭିଭାଷଣ ରଖି ଥିଲେ । କ୍ଲଷ୍ଟର ତେରଗୋଟି ବିଦ୍ୟାଳୟର ପ୍ରଧାନ ଓ ସହକାରି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗ ଦେଇଥିଲେ । ଏନ ୟୁ ପି ଏସ ଦକ୍ଷିଣପୁର ପ୍ରଧାନ ଶିକ୍ଷୟତ୍ରୀ ଏ.ପୁଷ୍ପ ଲତା ଓ ରଶ୍ମିତା କୁମାରୀ ପ୍ରଧାନ, ଆମ୍ବଗଡ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁନିତା କୁମାରୀ ସାହୁ ଓ ଲକ୍ଷ୍ମୀକାନ୍ତ ମହାପାତ୍ର , ଗୁଣ୍ଠବନ୍ଧ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଜାତା କୁମାରୀ ସାହୁ, ଲାଞ୍ଜିଆ ବିଦ୍ୟାଳୟର ରଞ୍ଜୁଲତା ପଟ୍ଟନାୟକ, ବାଳକୃଷ୍ଣ ପୁର ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶଶୀରେଖା ମଳିକ ,ଜି.ଟୁନା ଦୋରା ଓ ଜେ.ରମେଶ ଚନ୍ଦ୍ର ସେନାପତି, ଭଗବାନ ପୁର ପ୍ରଧାନ ଶିକ୍ଷୟତ୍ରୀ କନକ ଲତା ମହାନ୍ତି, ବୁଦାଲୁଣ୍ଡି ପ୍ରଧାନ ଶିକ୍ଷୟତ୍ରୀ ମହାଲକ୍ଷ୍ମୀ କର , ବାଘଝରି ପ୍ରଧାନ ଶିକ୍ଷୟତ୍ରୀ ସରସ୍ବତୀ ଅଚାରୀ , ବିରିବାଡିଆ ପ୍ରଧାନ ଶିକ୍ଷକ ସୋମିୟ ରଞ୍ଜନ ଦାସ ଓ ତଳ କୁମ୍ଭଝରି ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସଂଗୀତା ପାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ଆସ ଆମେ ସ୍କୁଲ ଯିବା କାର୍ଯ୍ୟକ୍ରମକୁ କିପରି ସଫଳ କରିବା ସେ ଉପରେ ଆଲୋକପାତ କରି ଥିଲେ ।ଭେନୁ ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରତିମା ପ୍ରଧାନ, ଜୋତ୍ସା ପ୍ରିୟଦର୍ଶନୀ ଓ ପାଲେକା ଜସ୍ମିନ ସାଜସଜ୍ଜା କରି ବିଭିନ୍ନ ଷ୍ଟଲ ପ୍ରସ୍ତୁତ କରି ଥିଲେ । ପଦର ବାଲି ପ୍ରଧାନ ଶିକ୍ଷୟତ୍ରୀ ଅଳକା ମିଶ୍ର ଖାଦ୍ୟ ପରିବେଷଣ ଦାୟିତ୍ୱ ନେଇଥିଲେ ତାଙ୍କୁ ଶିକ୍ଷୟତ୍ରୀ ଜୋତ୍ସା ପ୍ରିୟଦର୍ଶନୀ, ପ୍ରତିମା ପ୍ରଧାନଓ ପାଲେକା ଜସ୍ମିନ ସହ ଯୋଗ କରିଥିଲେ ।କ୍ଲଷ୍ଟର ସି ଆର ସି ସି ଦୁଷ୍ମନ୍ତ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରି ଉପସ୍ଥିତ ଗ୍ରାମବାସୀ ଓ ପି ଟି ଏମ ସଦ୍ୟସ ଓ ସଦସ୍ୟା ମାନଙ୍କୁ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଉପରେ ବୁଝାଇଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି କାହ୍ନୁ ଚରଣ ପାତ୍ର “ଆସ ସ୍କୁଲ ଯିବା ” ଯୋଜନା କୁ ପ୍ରଶଂସା କରି ଉପସ୍ଥିତ ଅତିଥି , ଗ୍ରାମବାସୀ , ପି ଟି ଏମ ସଦ୍ୟସ ଓ ସଦ୍ୟସା ମାନଙ୍କୁ କହି ଥିଲେଯେ , ଆଜି ଠାରୁ କୌଣଶି ପିଲା ଯେପରି ପାଠ ନ ପଢି ବିଦ୍ୟାଳୟ ବାହାରେ ରହିବେ ନାହିଁ ସେଥିପ୍ରତି ଦୃଷ୍ଟି ଦେବାକୁ ବୁଝାଇଥିଲେ ଓ ଉପସ୍ଥିତ ସମସ୍ତ ଙ୍କୁ ଶପଥ ପାଠ କରାଇ ଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଶେଷ କରିଥିଲେ*
