ବରୀ ଅଞ୍ଚଳ ହେଉ ଅବା ବ୍ରଜସୁନ୍ଦର ଉଚ୍ଚ ବିଦ୍ୟାଳୟ ବହୁ ଅବଦାନ ତାଙ୍କର |
ଯାଜପୁର /(ଭଞ୍ଜଦୂତ :ନିପ୍ର )ରିପୋର୍ଟର :-ସରୋଜ କୁମାର ଧଳ
ବ୍ରଜ ସୁନ୍ଦର ହାଇସ୍କୁଲ ଶାରୀରିକ ଶିକ୍ଷା ଶିକ୍ଷକ ହରେଶ କୁମାର ଦାସଙ୍କୁ ସମାଜସେବା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦିତ କରାଯାଇଛି | ହରେଶ ପେସାରେ ଶିକ୍ଷକ ହୋଇଥିଲେ ମଧ୍ୟ୍ ସମାଜ ଦଳିତ, ଅବହେଳିତ ଓ ଅସହାୟ ମାନଙ୍କ ପାଇଁ ଗଠନମୂଳକ କାର୍ଯ୍ୟ କରି ବେଶ ଖ୍ୟାତି ଅର୍ଜନ କରଛନ୍ତି | ବରୀ ଅଞ୍ଚଳ ରେ ରହୁଥିବା ଶ୍ରୀ ଦାସ ବନ୍ୟା ହେଉ ବା କୌଣସି ବି ଲୋକଙ୍କ ବିପଦ ବେଳେ କ୍ଷମତାମୁତାବକ ସହାୟତା ଯୋଗାଇ ଥାନ୍ତି | ଏହା ବରୀ ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି ଶ୍ରୀ ଯୁକ୍ତ ହରିଶ କୁମାର ଦାସ ବରୀ ଅଞ୍ଚଳ ପାଇଁ ଲଢୁଆ ସଂଗ୍ରାମୀ ଭାବେ ପରିଚିତ କାର୍ଯ୍ୟ କରୁଥିବା ଯାଜପୁର ଜିଲ୍ଲା ଅନ୍ତର୍ଗତ ବ୍ରଜସୁନ୍ଦର ସରକାରୀ ଉଚ୍ଚବିଦ୍ୟାଳୟ ରେ ହେଉ ଥିବା ୭0 ତମ ପ୍ରତିଷ୍ଠା ଦିବସ ରେ ମାନ୍ୟବର ଅତିଥି ମାନ୍ୟବର ବିଚାରପତି ଓଡିଶା ହାଇକୋର୍ଟ ଶ୍ରୀ ଯୁକ୍ତ ଶଶିକାନ୍ତ ମିଶ୍ର ଓ ମୁଖ୍ୟବକ୍ତା ଶ୍ରୀଯୁକ୍ତ ଅନ୍ତର୍ଜାମୀ ମିଶ୍ର ଶ୍ରୀ ଯୁକ୍ତ ହରିଶ ଦାସଙ୍କୁ ସମ୍ମାନିତ କରିଥିଲେ ଶ୍ରୀଯୁକ୍ତ ହରିଶ ଦାସ ଙ୍କ କାହାଣୀ ଯେତେ ଲେଖିଲେ ବି ସରିବନି ଏହା ସତ୍ୟ ଆଜ୍ଞା |
