ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡା ଉତ୍ସବ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ଗାଁରେ ଥିବା ମହେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ବାର୍ଷିକ କ୍ରୀଡା ଉତ୍ସବ ଗୁରୁବାର ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ଜେନା ଙ୍କ ପୈରାହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଜ୍ଞାନରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରିଡାକୁ ଉଦଘାଟନ କରିବାସହ କ୍ରିଡାଦ୍ବାରା ଛାତ୍ରଛାତ୍ରୀ ମାନଙ୍କ ଭୌତିକ, ମାନସିକ ଓ ଶାରୀରିକ ଅଭିବୃଦ୍ଧି ଘଟିଥାଏ ବୋଲି କହିଁଥିଲେ। ଏଥିରେ ଅନ୍ୟତମ ଅତିଥି ଭାବେ ପଞ୍ଚସଖା ସେତୁର ସଭାପତି ଅଲେଖ ବିହାରୀ ସାହୁ, ଅବସରପ୍ରାପ୍ତ ଶିକ୍ଷକ ଇଲାବନ୍ତ ନାୟକ, ପୂର୍ବତନ ଏନସିସି ଶିକ୍ଷକ ରାଜକିଶୋର ସାହୁ ଓ ଏସ ଏମ ସି ସଭାପତି ସୀମା ସ୍ବାଇଁ ପ୍ରମୁଖ ଯୋଗଦେଇ କ୍ରିଡା ସମ୍ପର୍କ ରେ ଆଲୋଚନା କରିଥିଲେ। ଏଥିରେ ଶିକ୍ଷକ,ଶିକ୍ଷୟତ୍ରୀ ସରିତା ଦାସ,ମୋନାଲିସା ପାଢ଼ୀ,ସୀମା କାନୁନଗୋ, ଅମିଷା ସ୍ଵାଇଁ, ଲିପା ଚୈଧୁରୀ, କ୍ରୀଡା ଶିକ୍ଷକ ଭେନୁଗୋପାଳ ମିଶ୍ର, ଅମୂଲ୍ୟ କୁମାର ନାୟକ, ଦେବଯାନୀ ମହାପାତ୍ର, ଗୀତା ରାଉତ, ଭାରତୀ ନାୟକ, ରାଜଲକ୍ଷ୍ମୀ ପାତ୍ର, ଜ୍ଞାନରଂଜନ ଖଟୁଆ, ପରେଶ କୁମାର ମହାପାତ୍ର, ଗାୟତ୍ରୀ ମହାରଣା ପ୍ରମୁଖ ସହଯୋଗ କରିଥିଲେ। ଏହି କ୍ରୀଡା ଉତ୍ସବ ୩ ଦିନବ୍ୟାପି ଚାଲିବ ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଜେନା ପ୍ରକାଶ କରିଛନ୍ତି।
