*ନେସନାଲ କଲେଜ୍ ନୂଆପଡା ରେ ଆତ୍ମ ସୁରକ୍ଷା ତାଲିମ୍ ଶିବିର ଉଦଯାପିତ*
ନୂଆପଡା (ମିଖାଏଲ ନନ୍ଦ)
ତା:୦୮.୦୧.
ନୂଆପଡା ର ନେସନାଲ କଲେଜ୍ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷl ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି । ଡିସେମ୍ବର ୨୬ରେ ଶିବିର ଉଦଘାଟନ ହୋଇ ଦୀର୍ଘ ୧୫ ଦିନ ବ୍ୟାପୀ ତାଲିମ ଗ୍ରହଣ ପରେ ଆଜି ଉଦଯାପନୀ ହୋଇଯାଇଅଛି କଳା, ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ବର୍ଗ ରୁ ୨୦୪ ଜଣ ଛାତ୍ରୀ ଏଥିରେ ଭାଗ ନେଇଥିଲେ, ସକାଳ ୯ ଟାରୁ ଆରମ୍ଭ ହୋଇ ତାଲିମ୍ ଶିବିର ପ୍ରତ୍ୟେକ ଦିନ ୧୦ ଟା ପର୍ଯ୍ୟନ୍ତ ଚାଲିଥିଲା। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଶ୍ରୀମତୀ ଡ଼ ପ୍ରଣତୀ ପଣ୍ଡା ଯୋଗ ଦେଇ ଛାତ୍ରୀ ମାନଙ୍କୁ ସମ୍ବୋଧନ କରିଥିଲେ। ଉଦଯାପନୀ ଉତ୍ସବରେ କଲେଜ୍ ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ, ମୁଖ୍ୟ ଅତିଥି, ବିଧାନ ଚନ୍ଦ୍ର ମିଶ୍ର, ମମତା ପଟ୍ଟାନାୟକ, ବୈଦ୍ୟନାଥ ଗର୍ତ୍ତିଆ, ନମ୍ରତା ତ୍ରିପାଠୀ, ଅତିଥି ରୂପେ ଯୋଗଦେଇ ଥିଲେ ଓ ତାଙ୍କର ଅଭିଭାଷଣରେ ଛାତ୍ରୀ ମାନଙ୍କୁ ଆତ୍ମବିଶ୍ବାସ,ତଥା ସବୁଦିନ ଅଭ୍ୟାସ ପାଇଁ ଆହ୍ଵାନ କରିଥିଲେ,ବିଶିଷ୍ଟ ଅତିଥି ରୂପେ ଯୋଗଦେଇ ଥିଲେ ଅବକାରୀ ବିଭାଗର ବୃଦବତି ଓ ପୂର୍ଣ୍ଣିମା ମେଡମ୍ । ଅଂଶ ଗ୍ରହଣକାରୀ ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରଯାଇଥିଲା, ଛାତ୍ରୀ ମାନେ ଆତ୍ମସୁରଖ୍ୟା କୌଶଳ ପ୍ରଦର୍ଶନ କରିଥିଲେ। ମାଷ୍ଟର ଟ୍ରେନର ସୁରେଖା ବାଗ ଛାତ୍ରୀ ମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ ।
