୨୦୧୩ ବ୍ୟଚ ର ବନ୍ଧୁମିଳନ
ସୋର (ନିପ୍ର, ଭଞ୍ଜଦୂତ ଜ୍ୟୋତିପ୍ରକାଶ):::
ଉଦୟ ନାରାୟଣ ବିଦ୍ୟାପୀଠ, ଶିରାପୁର ରେ ୨୦୧୩ ବ୍ୟଚ ର ଛାତ୍ର ମାନଙ୍କୁ ନେଇ ଏକ ବନ୍ଧୁମିଳନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ପୁରାତନ ଛାତ୍ର ସଂସଦ ର ସଭାପତି ଅବିନାଶ ବେଜ ଙ୍କ ମାର୍ଗଦର୍ଶନ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଯାଇଅଛି। ଉକ୍ତ କାର୍ଯ୍ୟକ୍ରମ ରେ ଏହି ବ୍ୟଚ ର ଛାତ୍ର ମାନଙ୍କୁ ନେଇ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭା”ଆଜିର ଆଧୁନିକ ଯୁଗରେ ମୋବାଇଲ ର ବହୁଳ ବ୍ୟବହାର” ବିଷୟବସ୍ତୁ କୁ ନେଇ ଆଲୋଚନା ହୋଇଯାଇଛି । ଏହି ବ୍ୟଚ ର ଛାତ୍ର ମାନଙ୍କ ମଧ୍ୟରେ ଅବିନାଶ ବେଜ, ଜ୍ୟୋତିପ୍ରକାଶ ଦୀକ୍ଷିତ,ମାନସ ଯେନା, ଦେବବ୍ରତ ପାଣିଗ୍ରାହୀ,କାହ୍ନୁଚରଣ ଜେନା,ସାଜନ ସାହୁ,ସଦାଶିବ ଦାସ,ତପନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପ ସଭାପତି ଜ୍ୟୋତିପ୍ରକାଶ ଦୀକ୍ଷିତ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସର୍ବଶେଷ ରେ ୨୦୧୩ ବ୍ୟଚ ର ଛାତ୍ର ମାନଙ୍କୁ ନେଇ ଏହି ପରି ଭାବରେ ଆଗାମୀ ଦିନରେ ପ୍ରତି ବର୍ଷ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନଷ୍ଠିତ ହେବ ବୋଲି ସର୍ବ ସମ୍ମତି କ୍ରମେ ଶପଥ ନିଆ ଯାଇଥିଲା ।
