ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ଗୀତା ଆବୃତ୍ତି ପ୍ରତିଯୋଗିତା
କାମାକ୍ଷାନଗର-
କାମାକ୍ଷାନଗର ସନ୍ନିକଟ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟ ରେ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତଙ୍କ ତତ୍ତ୍ୱ।ବଧାନ ତଥା ବରିଷ୍ଠ ଶିକ୍ଷକ ସୁରେଶ କୁମାର ବିଶ୍ବାଳଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଶିକ୍ଷାବିତ ଲୋକନାଥ ଷଡ଼ଙ୍ଗୀ ମୁଖ୍ୟ ଅତିଥି , ଶିକ୍ଷାବିତ ପଣ୍ଡିତ ଉପେନ୍ଦ୍ରନାଥ ପଣ୍ଡା , ଶିକ୍ଷାବିତ କବିତା ରାଉତ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଜୀବନରେ ଆଧ୍ୟାତ୍ମିକ ତା ସମସ୍ତ ପ୍ରକାରର ସଫଳତା ଆଣି ଦିଏ । ତେଣୁ ଗୀତା ହିଁ ସର୍ବଶ୍ରେଷ୍ଠ ଆଧ୍ୟାତ୍ମିକ ଗ୍ରନ୍ଥ ଯାହା ବିଦ୍ୟାର୍ଥୀ ଜୀବନରେ ବୌଦ୍ଧିକ ତଥା ଚାରିତ୍ରିକ ବିକାଶ ଘଟାଇ ଥାଏ ବୋଲି ମୁଖ୍ୟଅତିଥି ବକ୍ତବ୍ୟ ରେ କହିଥିଲେ । ଶିକ୍ଷକ ନିରଞ୍ଜନ ସାହୁ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିବା ଓ ସଂସ୍କୃତ ଶିକ୍ଷୟିତ୍ରୀ ପ୍ରୀତି ପ୍ରିୟମ୍ବଦା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । କୃତି ପ୍ରତିଯୋଗୀ ମାନଙ୍କୁ ଚଳିତ ବାର୍ଷିକ ଉତ୍ସବ ରେ ପୁରସ୍କୃତ କରାଯିବ ବୋଲି ସଭାପତି ସୂଚନା ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ଗୀତା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ଶିକ୍ଷକ , ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।
