ଧରତଙ୍ଗଗଡ ଜଙ୍ଗଲରେ ଅସୁରକ୍ଷିତ ବନ୍ୟଜନ୍ତୁ, ରାତିରେ ଚାଲିଛି ବଣଭୋଜିର ଆସର।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ବନଅଧିକାରୀ ଙ୍କ ଅଧିନରେଥିବା ରଘୁନାଥପୁର ବ୍ଲକ ଅଞ୍ଚଳର ଧରତଙ୍କଗଡ ଜଙ୍ଗଲ ଟି ହେଉଛି ହରିଣ ମାନଙ୍କ ମୁଖ୍ୟ ରହଣିସ୍ଥଳ। ଏଠାରେ ଅନ୍ୟ ପ୍ରଜାତିର ପଶୁ ଜନ୍ତୁମାନେ ବି ବସବାସ କରନ୍ତି। ଏହି ଜଙ୍ଗଲରେ ଶାଳ,ଶାଗୁଆନ ଓ ଅନ୍ୟାନ୍ୟ ମୁଲ୍ୟବାନ ଗଛ ସହ ଫଳଜାତୀୟ ଗଛ ମଧ୍ୟ ରହିଛି। ଏହାର ସୁରକ୍ଷା ପାଇଁ ଜଙ୍ଗଲ ମଧ୍ୟରେ ଜଗତସିଂହପୁର ବନବିଭାଗ ପକ୍ଷରୁ ଏକ ଫରେଷ୍ଟବିଟହାଉସ ବି ରହିଛି।ଏହି ବିଟହାଉସ ରେ କାର୍ଯ୍ୟରତ ବନକର୍ମଚାରୀ ମାନଙ୍କ କାର୍ଯ୍ୟରେ ଚରମ ଅବହେଳା ପ୍ରଦର୍ଶନ କରୁଥିବା ରୁ ଅନେକ ସମୟରେ ହରିଣମାନେ ମୣତ୍ୟୁମୁଖରେ ପଡିବା ସହ ଅନ୍ୟ ଜୀବଜନ୍ତୁ ମାନଙ୍କ ଜୀବନ ପ୍ରତି ବିପଦ ସୣଷ୍ଟିକରିଥାଏ। ଏହି ଜଙ୍ଗଲରୁ ହରିଣ ଓ ଅନ୍ୟ ଜୀବଜନ୍ତୁ ଙ୍କ ମାଂସ ବାହାରକୁ ଚାଲାଣ ହେବାର ଘଟଣା ଅନେକ ନଜୀର ରହିଛି। ଅନେକ ସମୟରେ କାଠମାଫିଆ ମାନେ ଏହାର ସୁଯୋଗ ନେଇ ଜଗଙ୍ଗଲରୁ ବହୁମୂଲ୍ୟବାନ ଗଛ ବି କାଟିନେଉଛନ୍ତି। ଏହି ଘଟଣାମାନ ଜଙ୍ଗଲ ବିଟହାଉସର କର୍ମଚାରୀମାନେ ଜାଣି ମଧ୍ୟ ଜଙ୍ଗଲନିୟମ କୁ ଏଡ଼ାଇ ଦେଇ ଭଲ ରକମ ମାଲ ହାତେଇ ଚାଲାଣ କରିବାରେ ସହଯୋଗ ପ୍ରଦାନ କରୁଛନ୍ତି। ବିଟ ହାଉସ କର୍ମଚାରୀଙ୍କ ଏପରି କାର୍ଯ୍ୟକ୍ରମକୁ ନେଇ ସାଧାରଣ ରେ ଘୋର ଅସନ୍ତୋଷ ଦେଖାଦେଇଛି। ଜଙ୍ଗଲରେ ଚଳପ୍ରଚଳ କରୁଥିବା ଜୀବଜନ୍ତୁମାନଙ୍କ ସୁରକ୍ଷା ଦୣଷ୍ଠିରୁ ଜଙ୍ଗଲ ପରିଷରରେ ବଣଭୋଜି ଓ ବିଭିନ୍ନ କାର୍ଯ୍ୟକ୍ରମ ସବୁକୁ ବନ୍ଦ କରିବାକୁ ବୁଦ୍ଧିଜୀବି ମହଲରୁ ଦାବି ହୋଇଛି। ଜୀବଜନ୍ତୁ ମାନଙ୍କୁ ହତ୍ୟା କିମ୍ବା ସେମାନଙ୍କୁ ବ୍ୟାଘାତ ପହଞ୍ଚାଇଲେ କଠୋର କାର୍ଯ୍ୟାନୁଷ୍ଠାନ ହେବାର ନିୟମ ଥିବାବେଳ ଏଠାରେ ଗତ ଡିସେମ୍ବର ୩୧ତାରିଖ ରାତିରେ କିଛିବ୍ୟକ୍ତି ଏହି ଧରତଙ୍ଗଗଡ ପରିଷରରେ ବଣଭୋଜି କରୁଥିବା ଘଟଣା ଅଞ୍ଚଳରେ ବେସ ଚର୍ଚ୍ଚା ଧରିଛି।ଏହାର ଭିଡ଼ିଓ ମଧ୍ୟ ସୋଶିଆଲ ମିଡିଆରେ ଘୁରି ବୁଲୁଥିବା ଘଟଣା ଦେଖିବାକୁ ମିଳିଛି। ଏଠାରେ ବନକର୍ମଚାରୀ ମାନେ କର୍ତ୍ତବ୍ୟରେ ରହିଥିଲେବି କାହିଁକି ଏହି ଭୋଜିକୁ ବାରଣକଲେ ନାହିଁ ନା ସେମାନଙ୍କ ଉପରେ ଅନ୍ୟକାହା ଚାପରହିଥିଲା ସେ ବେଇ ସାଧାରଣରେ ଆଲୋଚନା ହେଉଛି। ଏ ଅବ୍ୟବସ୍ଥାକୁ ନେଇ କିଛି ପରିବେଷ ବିତ ଓ ଅଞ୍ଚଳର ଜନସାଧାରଣ ଏହି ଘଟଣା ସମ୍ପର୍କ ରେ ଜିଲ୍ଲାପାଳ,ବିଭାଗୀୟ ସଚୀବ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ ରେ ଦର୍ଶାଇଛନ୍ତିଯେ ୩୧ ତାରିଖ ରାତି ବଣଭୋଜିରେ ଜଗଙ୍ଗଲ ମଧ୍ୟରେ ହରିଣମାଂସ ବ୍ୟବହାର ହୋଇଥିବା ଓ ଏହା ବାହାରକୁ ଚାଲାଣ ହୋଇଥିବା ସନ୍ଦେହ ଜାତହୋଇଛି।ଏହାର ତଦନ୍ତ ହେବାସହ ଯେଉଁ ବନକର୍ମଚାରମାନେ ଉକ୍ତଦିନ ଦାୟିତ୍ବରେ ଥିଲେ ସେମାନଙ୍କ ପ୍ରତି ପ୍ରଶାସନ ଦୣଢ କାର୍ଯ୍ୟାନୁଷ୍ଠାନ ନେବାସହ ରାତିରେ ଭୋଜିକରୁଥିବା ବ୍ୟକ୍ତି ମାନଙ୍କୁ ଗିରଫ ଓ ଜଙ୍ଗଲ ପରିଷରରେ ବଣଭୋଜିକୁ ସମ୍ପୂର୍ଣ ବାରଣ କରିବାପାଇଁ ଦାବି ହୋଇଛି । ଏହି ଜଙ୍ଗଲର ବହୁ ସ୍ଥାନରେ ମନକୁ ମନ ରାସ୍ତା ନିର୍ମାଣ ହୋଇ ଥିବାରୁ ବନ୍ୟଜନ୍ତୁ ଙ୍କ ଆଶ୍ରୟ ସ୍ଥଳ ବର୍ତ୍ତମାନ ଲୋକ ମାନଙ୍କ ପାଇଁ ଟ୍ରାକ୍ଟର, ଚାରିଚକିଆ, ବାଇକ୍ ଓ ପାଦ ଚଲା ର ରାସ୍ତା ପାଲଟି ଗଲାଣି। ଏହି ଅଞ୍ଚଳରୁ ହରିଣ ଚୋରି କରିବା, ପୁଅ ଝିଅ ମିଶି ଖରାପ କାର୍ଯ୍ୟ କରିବା, ଯାତ୍ରୀ ମାନଙ୍କୁ ନିଛାଟିଆ ସ୍ଥାନରେ ଧମକାଇ ଲୁଟ ଘଟଣା ମାନ ହେଉଥିଲେ ବି ରଘୁନାଥପୁର ଥାନା ପିସିଆର ଗାଡି ଟିକୁ ଟିକେ ଦେଖିବାକୁ ମିଳେନାହିଁ। ଏହି ମୁଖ୍ୟ ରାସ୍ତା ଦେଇ ପ୍ରଭୁ ଗୋରେଖନଥ ଙ୍କ ପୀଠକୁ ଯାଇଥିବା ଭକ୍ତ ମାନେବି ସୁରକ୍ଷିତ ମଣୁ ନାହାନ୍ତି। ଏ ଜଙ୍ଗଲ ଜମି ଉପରେ ମନକୁ ମନ ଗଢା ଯାଇଥିବା ରାସ୍ତା ଗୁଡ଼ିକୁ ବନ୍ଦ କରିବାକୁ ସାଧାରଣରେ ଦାବି ହୋଇଛି।
