ଝାଡବନ୍ଧରେ ପୌଷ ପୂର୍ଣ୍ଣିମା ଯାତ୍ରା ଅନୁଷ୍ଠିତ ।
ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଗାଲପଡ଼ା ପଞ୍ଚାୟତ ଝାଡବନ୍ଧ ଗ୍ରାମରେ ପୋଲିସ ଓ ବ୍ଲକ ପ୍ରଶାସନ ଏବଂ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଝାଡବନ୍ଧ ପୌଷ ମହୋତ୍ସବ ଓ ପୌଷ ପୂର୍ଣ୍ଣିମା ଯାତ୍ରା ପାଳିତ ହୋଇଯାଇଛି। ସୂଚନା ଯୋଗ୍ୟ ଯେ ଆଜକୁ ୬ ବର୍ଷ ହେଲା କାରଖାନାରେ କାର୍ଯ୍ୟଦେଶକୁ ନେଇ ଗ୍ରାମରେ ଗୋଷ୍ଠୀ ବିବାଦ ଯୋଗୁଁ ଗ୍ରାମବାସୀଙ୍କ ମଧ୍ୟରେ ମନାନ୍ତର ହୋଇଥିଲା। ଫଳରେ ପୌଷ ମହୋତ୍ସବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ହୋଇ ପୌଷ ମହୋତ୍ସବ ବନ୍ଦ ରହିଥିଲା। ଫଳରେ ଗ୍ରାମର ଯୁବଗୋଷ୍ଠୀ ବାରମ୍ବାର ଗ୍ରାମକୁ ଶାନ୍ତି ଫେରାଇ ଆଣିବା ଉଦ୍ୟମ କରି ଆସିଥିଲେ ।ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଶାନ୍ତିଶୃଙ୍ଖଳାର ସହିତ ପୌଷମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଗ୍ରାମର ପୁରୁଣାସାହି ଠାରୁ ମାଙ୍କୁ ନୂତନ ଡଲାରେ ସଜିତ କରି ନାମ ସଂକୀର୍ତ୍ତନ ହରିବୋଲ ହୁଳହୁଳି ଧ୍ୱନିରେ ଗ୍ରାମ ପରିକ୍ରମା କରାଯାଇ ଥିଲା। ସେଠାରେ ମାଙ୍କୁ ମନ୍ଦିରରେ ବିଜେ କରାଯାଇଥିଲା। ନିତ୍ୟ ପୂଜକ ଗଜାନନ ସାହୁ ଯଥା ବିଧି ଅନୁଯାଇ ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗଦେଇ ମାଙ୍କ ଦର୍ଶନ ଲାଭ କରି ପ୍ରସାଦ ସେବନ କରିଥିଲେ। ଦୀର୍ଘ ୬ ବର୍ଷ ପରେ ଗ୍ରାମକୁ ଖୁସି ଫେରିଆସିଥିବାରୁ ଗ୍ରାମବାସୀ ଉତ୍ସାହିତ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା।
