ତ୍ରିଧାରା ସାହିତ୍ୟ ସଂସଦ ର ବନ୍ଧୁମିଳନ ଓ କବିତା ପାଠ।
ବ୍ରହ୍ମପୁର -ତ୍ରିଧାରା ସାହିତ୍ୟ ସଂସଦ ବ୍ରହ୍ମପୁର ଗଞ୍ଜାମ ପକ୍ଷରୁ ଆୟୋଜିତ ମାସିକ ସାହିତ୍ୟ ଆସର କାର୍ଯ୍ୟକ୍ରମ ସ୍ଥାନୀୟ ଐତିହାସିକ ଗୌରବମୟ ଉତ୍କଳ ଆଶ୍ରମ ର ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉତ୍କଳ ସମ୍ମିଳନୀ ଗଞ୍ଜାମ ଜିଲ୍ଲା ଶାଖା ର ସଭାପତି ଡ଼ଃ ସୁବ୍ରତ କୁମାର ସାହୁ ଉଦଘାଟକ, ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ ର ସାଧାରଣ ସମ୍ପାଦକ ତଥା ପ୍ରାକ୍ତନ ଅଧ୍ୟକ୍ଷ ମୁଖ୍ୟ ଅତିଥି,ଅନୁଷ୍ଠାନ ର ସଭାପତି, ତଥା ପ୍ରାକ୍ତନ ଓଡ଼ିଆ ପ୍ରଧ୍ୟାପକ ଡକ୍ଟର ସୁରେନ୍ଦ୍ର ନାଥ ପାଣିଗ୍ରାହୀ ସଭାପତି , ସହ ସମ୍ପାଦିକା ଗାୟତ୍ରୀ ପାଣିଗ୍ରାହୀ ,ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ମଞ୍ଚସୀନ ହୋଇଥିଲେ। ସଂସଦର ସମ୍ପାଦକ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ମଞ୍ଚ ସଞ୍ଚାଳନ କରିବା ସହ ସ୍ବାଗତ ଭାଷଣ ରେ ସଂସଦ ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇବା ସହ ଆଗାମୀ ବର୍ଷରେ ଅନୁଷ୍ଠାନ କିପରି ଭାବେ କାର୍ଯ୍ୟକ୍ରମ କରିବ ସେହି ସମ୍ପର୍କରେ ଜଣାଇଥିଲେ। ସଂସଦର ସଭାପତି ଡକ୍ଟର ସୁରେନ୍ଦ୍ର ନାଥ ପାଣିଗ୍ରାହୀ ଙ୍କୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ପ୍ରତିଷ୍ଠା ଦିବସରେ ସାହିତ୍ୟ ପାଇଁ ସମ୍ମାନିତ କରିଥିବା ଅବସରରେ ଅନୁଷ୍ଠାନ ପକ୍ଷରୁ ଅତିଥି ମାନଙ୍କଦ୍ବାରା ଉପଢୌକନ ଓ ସୃ୍ତି ଫଳନ ସଭାପତିଙ୍କୁ ପ୍ରଦାନ କରାଯାଇଥିଲା। ଆସରରେ ଉପସ୍ଥିତ ଥିବା ସମସ୍ତ ସ୍ରଷ୍ଟା ନିଜ ନିଜର ସ୍ମୃତି ଓ ଅନୁଭୂତି ସହିତ ତ୍ରିଧାରା ଅନୁଷ୍ଠାନ ସହିତ କିପରି ସଂପୃକ୍ତ ରହିଥିବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।
କବିତା ପାଠୋତ୍ସବ ରେ ସଂସଦ ର ସହ ସମ୍ପାଦିକା ଗାୟତ୍ରୀ ପାଣିଗ୍ରାହୀ କବିତା ସଂଯୋଜନା କରିଥିଲେ। । ଅନୁଷ୍ଠାନ ର ଏହା ଥିଲା ୧୧୨ ଶତ ଆସର ପାଳନ କରିଥିଲା।ଏହି ଅନୁଷ୍ଠାନ ଦ୍ବାରା ଜନ୍ମ ଜୟନ୍ତୀ, ଶ୍ରାଦ୍ଧ ଦିବସ, ବିଭିନ୍ନ ଦିବସ,ଶୋକସଭା ପାଳନ କରିବା ସହିତ ମାସିକ ଗଳ୍ପ ଖସଡ଼ା ଗୁଗଲ ମିଟ ମାଧ୍ୟମରେ ପାଳନ କରିଥାଏ। ଏହି ସବୁ କାର୍ଯ୍ୟକ୍ରମରେ ଅନେକ ଅତିଥିଓ ପାଠକ ଓ ସ୍ରଷ୍ଟା ଙ୍କୁ କିପରି ଏକତ୍ରିତ କରିଥାଏ। ସେହି ସମ୍ପର୍କରେ ନିଜସ୍ବ ବକ୍ତବ୍ୟ ରହିଥିଲେ।
ଜାତୀୟ, ଆନ୍ତର୍ଜାତିକ ଓ ରାଜ୍ୟ ସ୍ତରୀ କାର୍ଯ୍ୟ କିପରି କରିଆସୁଛି ସେହି ସମ୍ପର୍କରେ ସମସ୍ତ ଆଲୋଚକ ମାନେ ନିଜର ବକ୍ତବ୍ୟ ରଖି ଥିଲେ। ଉଭୟ ଅତିଥି ନିଜ ବକ୍ତବ୍ୟରେ ଅନୁଷ୍ଠାନ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ସଭାପତିକୁ ଅଭିନନ୍ଦନ ଜ୍ଞାପନ କରିଥିଲେ। ଏଥିରେ ଡକ୍ଟର ଅଶୋକ କୁମାର ପଣ୍ଡା,ବିଜୟ ଚନ୍ଦ୍ର ମିଶ୍ର, ରୋହିତ କୁମାର ସେଠୀ, ଗାୟତ୍ରୀ ରଥ ଷଡ଼ଙ୍ଗୀ, ବସନ୍ତ ମିଶ୍ର, ବନ୍ଦନା ପଣ୍ଡା, ଭେଙ୍କଟ ବିହାରୀ ପ୍ରହରାଜ, ଈ ପ୍ରଫୁଲ୍ଲ କୁମାର ତ୍ରିପାଠୀ,ଗାୟତ୍ରୀ ଗୈଡ, ନିଜ ନିଜର ସ୍ମୃତି ଅନୁଭୂତିର କଥା ଉପସ୍ଥାପନା କରିଥିଲେ। ଏତଦ୍ ବ୍ୟତୀତ କବିତା ପାଠୋତ୍ସବ ରେ ବସନ୍ତ ମିଶ୍ର, ଗାୟତ୍ରୀ ପାଣିଗ୍ରାହୀ, ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ, ଭେଙ୍କଟ ବିହାରୀ ପ୍ରହରାଜ, ପ୍ରଫୁଲ୍ଲ କୁମାର ତ୍ରିପାଠୀ, ରୋହିତ କୁମାର ସେଠୀ ଗାୟତ୍ରୀ ପାଣିଗ୍ରାହୀ, କବିତା ପଠନ କରିଥିଲେ।ଶରତ କୁମାର ରଥ,ବିଘ୍ନେଶ୍ୱର ସାହୁ ସହଯୋଗ କରିଥିଲେ।
ପରିଶେଷରେ ବନ୍ଦନା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
