*_ସୁଶାନ୍ତ ସାହୁ ମର୍ଯ୍ୟଦାବନ୍ତ ନାଗରିକ ସମ୍ମାନ ପାଇଲେ __________________________ ବ୍ରହ୍ମପୁର , ତା ୩ । ୧ ; ବ୍ରହ୍ମପୁର ର ଜଣେ ସଚେତନ ନିୟମିତ୍ତ ରକ୍ତଦାତା , ଅଗ୍ରଣୀ ସମାଜସେବୀ , କୁଠାରୀ ସିକ୍ୟୁରିଟି ସର୍ଭିସ୍ ର ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ ସାହୁ ଆଜି ଏକ ବର୍ଣ୍ଣାଢ୍ଯ ଲୋକାରଣ୍ଯ ପରିବେଶ ରେ ସମ୍ବର୍ଦ୍ଧିତ ହୋଇଛନ୍ତି । ଭୁବନେଶ୍ଵର ଜୟଦେବ ଭବନ ଠାରେ ଆନ୍ତର୍ଜାତୀୟ ଓଡିଆ ସ୍ବାଭିମାନ ପ୍ରତିଷ୍ଠାନ ର ପଞ୍ଚଦଶତମ ରାଜ୍ୟସ୍ତରୀୟ ସମାରୋହ ରେ ଯାଜପୁର ସାଂସଦ ରବିନାରାୟଣ ବେହେରା ସମାଜ ସେବା କ୍ଷେତ୍ରରେ କୁଠାରୀ ସିକ୍ୟୁରିଟି କର୍ମଚାରୀ ମାନେ ଜଣେ ଜଣେ ଦକ୍ଷ ,ଆଗ ଧାଡ଼ିର ସମାଜସେବୀ ଭାବେ ତାଙ୍କ ନିଷ୍ଠାପର ସେବା ବିଭିନ୍ନ ସାମାଜିକ କ୍ଷେତ୍ରରେ ଦେଖାଇ ସାମାଜିକ ସ୍ବିକୃତୀ ପାଇଛନ୍ତି । ଏହା ଗଞ୍ଜାମ ଜିଲ୍ଲା ନୁହେଁ , ସାରା ଓଡ଼ିଶା ଜାଣିଛି । ସୁଶାନ୍ତ ବାବୁ ଙ୍କ ସଂଯୋଜନାରେ ଓ ବଳିଷ୍ଠ ବୁଦ୍ଧିଭତ୍ତା ର ଏହା ପରାକାଷ୍ଠା ବୋଲି ମତ୍ତ ଦେଇଥିଲେ । ଏହି ସମାରୋହ ରେ ଓଡିଆ ସିନେମା ଜଗତର କିମ୍ବଦନ୍ତୀ କଳାକାର , ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ , ପୂର୍ବତନ ସାଂସଦ ପ୍ରଶାନ୍ତ ନନ୍ଦ , ଯାଜପୁର ସାଂସଦ ରବିନାରାୟଣ ବେହେରା , ରାୟଗଡା ସେଞ୍ଚୁରିଆନ୍ ୟୁନିଭରସିଟି ର ନିର୍ଦ୍ଦେଶକ ଡଃ ରାଜେଶ କୁମାର ପାଢୀ , ମୁମ୍ବାଇ ଓଡିଆ ସମାଜ ର ସଭାପତି ଇଂରେଜ ବିପିନି ମିଶ୍ର , ମହାନ୍ ସଂଘ ର ସଭାପତି ସୁଶାନ୍ତ ସାବତ , ବରିଷ୍ଠ ନେତ୍ରୀ ଜୟନ୍ତୀ ପଢିଆରୀ ପ୍ରମୁଖ ସଭାମଞ୍ଚ ରେ ଆତିଥ୍ଯତା କରିଥିଲେ ।*
