କୁଲି ମାନଙ୍କୁ କେକ୍ ବାଣ୍ଟି ନୀୟାରା ଢଙ୍ଗ ରେ ପାଳିଲେ ନୂତନ ବର୍ଷ ୨୦୨୬।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ଏକ ଅଭିନବ ନୂତନ ବର୍ଷ ପାଳନର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଗଜପତି ଜିଲ୍ଲାର ସମାଜସେବୀ ଭାବେ ଖୁବ୍ ଚର୍ତିତ ଚେହେରା ସମାଜ ସେବକ ଶ୍ରୀ ଆମୋଦ କୁମାର ବର୍ଦ୍ଧନ ୨୦୨୬ ନୂତନ ବର୍ଷକୁ ଏକ ଭିନ୍ନ ଢ଼ଙ୍ଗରେ ପାଳନ କରି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ସମାଜସେବୀ ଶ୍ରୀ ଆମୋଦ କୁମାର ବର୍ଦ୍ଧନ ପାରଳାଖେମୁଣ୍ଡି ସହର ବସ୍ ଷ୍ଟାଣ୍ଡରେ କାର୍ଯ୍ୟରତ କୁଲି (ରେଡ୍ ଖଲାସୀ ) ଭାଇ ମାନଙ୍କ ଗହଣରେ ଅତି ଆଡମ୍ବର ସହ କେକ୍ ବିତରଣ କରି ନୂତନ ବର୍ଷ ୨୦୨୬ର ଶୁଭେଚ୍ଛା ବାର୍ତ୍ତା ସମଗ୍ର ଜିଲ୍ଲା ,ରାଜ୍ୟ ଓ ଦେଶବାସୀଙ୍କୁ ଜଣାଇଛନ୍ତି । ଏହା ଫଳରେ ସମାଜରେ ଭିତରେ ଥିବା ଉଚ୍ଚ ନୀଚ୍ଚ ଭେଦଭାବର ଦୁଶ୍ଚିନ୍ତାକୁ ଖଣ୍ଡନ କରି ଜାତି ,ଧର୍ମ ,ବର୍ଗ ନିର୍ବିଶେଷରେ ଆମେ ସମସ୍ତେ ଏକ, ଏହି ବାର୍ତ୍ତା ସେ ସମଗ୍ର ଜିଲ୍ଲା,ରାଜ୍ୟ ଓ ଦେଶବାସୀଙ୍କୁ ଦେଇଛନ୍ତି । ତେବେ ଏହି ଅବସରରେ ବସ୍ ଷ୍ଟାଣ୍ଡରେ କାର୍ଯ୍ୟରତ କୁଲି (ରେଡ୍ ଖଲାସୀ ) ଭାଇ ମାନେ ସମାଜ ସେବକ ଶ୍ରୀ ଆମୋଦ କୁମାର ବର୍ଦ୍ଧନଙ୍କୁ ବସ୍ ଷ୍ଟାଣ୍ଡ ଠାରେ ଶୌଚାଳୟ ଅଭାବ କାରଣରୁ ଯାତାୟାତ କରୁଥିବା ଅନେକ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦର୍ଶାଇଛନ୍ତି ମଧ୍ୟ ଯେଉଁ ଶୌଚାଳୟ ଅଛି ତାହା ସୀମିତ, ତେଣୁ ଯାତ୍ରୀଙ୍କ ପାଇଁ ଶୌଚାଳୟ ଉପଯୁକ୍ତ ସମୟରେ ବ୍ୟବହାର ନିମିତ୍ତ ଉପଲବ୍ଧ ହୋଇ ପାରୁନଥିବା ଦର୍ଶାଇ ତୁରନ୍ତ ଏହାର ଉଚିତ୍ ପଦକ୍ଷେପ ନେଇ କିଭଳି ଉପଯୁକ୍ତ ବ୍ୟବସ୍ଥା କରାଯିବ ସେଥିସକାଶେ କୁଲି ଭାଇ ମାନେ ଶ୍ରୀ ବର୍ଦ୍ଧନଙ୍କୁ ଅନୁରୋଧ କରିଥିଲେ । ଏହାର ପ୍ରତିଉତ୍ତର ସ୍ୱରୂପ ଶ୍ରୀ ଆମୋଦ ଵର୍ଦ୍ଧନ କୁଲି ଭାଇ ମାନଙ୍କୁ କହିଛନ୍ତି ଯେ, ତାଙ୍କର ମୂଳ ଲକ୍ଷ୍ୟ, ବିକଶିତ ଗଜପତି, ଶସକ୍ତ ଗଜପତି, ତେଣୁ ଏହି ସମସ୍ୟାକୁ ସେ ଗମ୍ଭୀରତା ସହ ନେଇ ଆଗାମୀ ଦିନରେ ଜିଲ୍ଲା ପ୍ରସନଙ୍କୁ ଏହି ସମସ୍ୟାର ଦୃଷ୍ଟି ଆକର୍ଷଣ କରିବା ସହ ସମସ୍ୟାର ସମାଧାନ ହେବା ପର୍ଯ୍ୟନ୍ତ ପ୍ରଶାସନ ସମ୍ମୁଖରେ ଏହି ଦାବି ଉପସ୍ଥାପନ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
