ବାଇକ୍ ଧକ୍କାରେ ମହିଳା ମୃତ
———————————-
(ନି.ପ୍ର): ସାରସକଣା: ଅନିଲ କୁମାର ସାହୁ: ଆଜି ସଂଧ୍ୟା ସମୟରେ ସାରସକଣା ବ୍ଲକ ଅନ୍ତର୍ଗତ ଝାରପୋଖରିଆ ଥାନା ଅଧୀନସ୍ଥ ଜାଲଦା ଗ୍ରାମ ନିକଟ ଜାତୀୟ ରାଜପଥରେ ଏକ ବାଇକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛିି। ମିଳି ଥିବା ସୂଚନା ଅନୁଯାୟୀ ଏକ ହୋଣ୍ଡା ୟୁନିକର୍ଣ୍ଣ ମଟର ସାଇକେଲ(OD11P9880) ଧକ୍କାରେ ଜାଲଦା ପଞ୍ଚାୟତର ପୁନାସିଆ ଗ୍ରାମର କାଶୀନାଥ ବେହେରାଙ୍କ ପତ୍ନୀ ବାସନ୍ତୀ ବେହେରା ଦୁର୍ଘଟଣାରେ ଗୁରୁତ୍ୱର ଆହତ ହୋଇଥିଲେ।ଉଭୟଙ୍କୁ ନିକଟସ୍ଥ ଶିର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ଗୁରୁତ୍ବର ଆହତ ବାସନ୍ତୀ ବେହେରାଙ୍କୁ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଉକ୍ତ ଗୁରୁତ୍ୱର ବାଇକ ଚାଳକଙ୍କର ଚିକିତ୍ସା ଚାଲିଛି। ବାଇକ ଚାଳକ ଜଣକ ଜାମଶଳା ପୁରୁଣାପାଣି ଗ୍ରାମର ସୁବୋଧ ବାରିକ।ଝାରପୋଖରିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଜବତ୍ କରିବା ସହ ଘଟଣାଟି ତଦନ୍ତ କରୁଛି।ଭଞ୍ଜଦୁତ ଖବର।
