*ଖଡିଆଳ ସ୍ଥିତ ରାତ୍ରି କାଳୀନ ଆଶ୍ରୟ ସ୍ଥଳୀ ରେ ରାହାଗିରି ମାନେ ଆଶ୍ରୟ ନେଉଥିବା ବେଳେ, ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ରାତ୍ରି କାଳୀନ ଆଶ୍ରୟ ସ୍ଥଳୀ ରେ ରାହାଗିରି ମାନେ ଆଶ୍ରୟ ନେଉଥିବା ଜଣାପଡିଛି। ଥଣ୍ଡା ଲହରୀ ଜାରି ରହିଥିବା ବେଳେ ସୁରକ୍ଷିତ ଜୀବନ ଏବଂ ସୁସ୍ଥ ଜୀବନ ପାଇଁ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଖଡିଆଳ ସହରରେ ତାପମାତ୍ରା ହ୍ରାସ ହେଉଥିବା ବେଳେ ପାରଦ ୯/୧୦ କୁ ଖସୁଅଛି। ତେଣୁ କୌଣସି ସ୍ଥାନରେ ଆଶ୍ରୟ ନେବା ବଦଳରେ ରାତ୍ରି କାଳୀନ ଆଶ୍ରୟ ସ୍ଥଳୀ ରେ ଆଶ୍ରୟ ନେବାକୁ ଆହ୍ବାନ କରିଛନ୍ତି।ତିନି ଦିନ ଧରି ତିନି ଜଣ ବ୍ୟକ୍ତି ରାତ୍ରି ଆଶ୍ରୟ ସ୍ଥଳୀ ରେ ଆଶ୍ରୟ ନେଉଛନ୍ତି। କୌଣସି କାମ ନେଇ ଆସି ଅଟକି ରହିଥିବା ବେଳେ ତାଙ୍କୁ ରାତ୍ରି କାଳୀନ ଆଶ୍ରୟ ସ୍ଥଳୀ ସୁବିଧାର ଉପଭୋଗ କରିବାକୁ ଆହ୍ବାନ।
