*ଦେଉଳବେଡା ହାଇସ୍କୁଲ 1990 ବ୍ୟାଚ ର ବନ୍ଧୁ ମିଳନ*
(*35 ବର୍ଷ ପରେ ଏକାଠି ହେଲେ ଦେଉଳବେଡା 1990 ବ୍ୟାଚ ଛାତ୍ରଛାତ୍ରୀ*)
ତାଳଚେର :ତା 28/12/2025: ଦେଉଳବେଡା କଲିୟରି ମଡେଲ ହାଇସ୍କୁଲ ର 1990 ବ୍ୟାଚ ମାଟ୍ରିକ ଛାତ୍ର ଛାତ୍ରୀ ଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ହୋଟେଲ ସୂର୍ଯ୍ୟା ଗାଡେନ ଠାରେ ଅନୁଷ୍ଠିତ ହୋଇଯାଇଛି |ଦୀର୍ଘ 35 ବର୍ଷ ପରେ 50 ରୁ ଉର୍ଦ୍ଧ ସହପାଠୀ ଏକାଠି ହୋଇ ନିଜ ନିଜର ପୁରୁଣା ସ୍ମୃତି କୁ ସାଉଁଟି ଥିଲେ |ସେ ସମୟରେ ବିଦ୍ୟାଳୟ ରେ ଶିକ୍ଷକ ଥିବା ଦେବେଶ ମୁଖାର୍ଜୀ ସୁରଭି ପଟ୍ଟନାୟକ, ସୁକାନ୍ତି ମିଶ୍ର, ଶୁଭଶ୍ରୀ ମିଶ୍ର, ଶିଳ୍ପୀ ଦେ, ପ୍ରଭାତ ପଟ୍ଟନାୟକ, ଯବା ଉଵାଲ, ବିନତି ବେହେରା, ବିଧୁଭୂଷଣ ପଟ୍ଟନାୟକ, ବିଭୁତି ମିଶ୍ର, ଶେଖର ମହାନ୍ତି, ବିନୟ କୁମାର ପାଣି 12ଜଣ ଗୁରୁ ଙ୍କୁ ସମ୍ମାନିତ କରାଯାଇଥିଲା |ସମସ୍ତେ ନିଜ ନିଜର ଅନୁଭୂତି କଥନ କରି ଥିଲେ |ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ସମସ୍ତେ ସ୍କୁଲ କୁ ଆସି ବୁଲିବା ସହ ନିଜେ ନିଜେ ବସୁଥିବା ଶ୍ରେଣୀ ଗୃହ ରେ ନିଜର ସ୍ମୃତି ସାଉଁଟି ଥିଲେ | ସମଗ୍ର ସ୍କୁଲ ପରିବେଶ ଟି 1990 ମସିହା ପରି ଲାଗୁଥିଲା |ପ୍ରତିବର୍ଷ ଏଭଳି ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନେଇଥିଲେ |କିଏ କଣ କରୁଛି, ସେ ଦିନର କଥା ଠାରୁ ଆଜି ପର୍ଯ୍ୟନ୍ତ ଅନୁଭୂତି କଥନ ମାଧ୍ୟମରେ ପ୍ରକାଶ କରିଥିଲେ |ବହୁ ଦିନ ପରେ ସମସ୍ତେ ଏକାଠି ହୋଇଥିବାରୁ ଖୁସିରେ ଆତ୍ମବିଭୋର ହୋଇଥିଲେ |ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ,ନରେନ ମିଶ୍ର, ଜ୍ଞାନେନ୍ଦ୍ରୀୟ ସେଠି, ସୁନନ୍ଦା ଶତପଥୀ, କାଜଲ ମୁଖାର୍ଜୀ, ସୀମାରାଣୀ ଦେ, ରାଜେଶ ଘୋଷ, ବିଶ୍ୱଜିତ ସିଠ ପ୍ରମୁଖ ଙ୍କ ଦ୍ୱାରା ଉକ୍ତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା |
