*ଆସନ୍ତା ଜାନୁଆରୀ 3 ରେ ଶ୍ରୀକ୍ଷେତ୍ର ରେ ମହୋଦଧି ଆଳତି **
(*କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଭେଟି ନିମନ୍ତ୍ରଣ କଲେ ତାଳଚେର ଆଦିତ୍ୟ ବାହିନୀ*)
ତାଳଚେର :ତା 26/12/2025: ପୁରୀ ଗୋବର୍ଦ୍ଧନ ପୀଠ ପକ୍ଷରୁ ଆସନ୍ତା ଜାନୁଆରୀ ୩ ତାରିଖ ରେ ମହୋଦଧି ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ |ଗୋବର୍ଦ୍ଧନ ପିଠାଧୀଶ୍ୱର ଜଗତଗୁରୁ ପୂଜ୍ୟ ପାଦ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେଇ ଆଶ୍ରିବଚନ ପ୍ରଦାନ କରିବେ |ସମଗ୍ର ଦେଶରୁ ହଜାର ହଜାର ସଂଖ୍ୟାରେ ସାଧୂସନ୍ଥ ଓ ବିଶିଷ୍ଟ ବ୍ୟକ୍ତି ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେବେ |ଏ ପରିପେକ୍ଷୀରେ ଗୋବର୍ଦ୍ଧନ ପୀଠ ପୁରୀ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ନିମନ୍ତ୍ରଣ ପ୍ରଦାନ କରାଯାଇଛି |କେନ୍ଦ୍ରମନ୍ତ୍ରୀ ଙ୍କର ତାଳଚେର ଗସ୍ତ ସମୟରେ ଦିନ ଦୟାଲ ନଗର ଠାରେ ଆଦିତ୍ୟ ବାହିନୀ ତରଫରୁ ବରୁଣ କୁମାର ସାହୁ, ପର୍ଶୁରାମ ବାରିକ, ସୁନୀଲ କୁମାର ପଟ୍ଟନାୟକ, ଜଗଦୀଶ ମିଶ୍ର, ଅମିତ କୁମାର ବେହେରା, ଜଗଦୀଶ ପ୍ରସାଦ ସିଂହ, ଶମ୍ଭୁନାଥ ବେହେରା, ସୁଶାନ୍ତ ପ୍ରଧାନ, ଦିପେନ୍ଦ୍ର ସିଂହ, ସୁକାନ୍ତ ରାୟ, ସୁରଜ ସିଂହ ଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀ ଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ |
