*ନୂଆପଡ଼ା ଜିଲ୍ଲା ଖଡିଆଳ ଏନ୍ ଏ ସି ପୁଟୁପଡା ଠାରେ ଜବର୍ ଦାଖଲ ଉଚ୍ଛେଦ କାର୍ଯ୍ୟ ଜାରି, ଜବରଦଖଲ କାରୀଙ୍କୁ ଆର ଏମ୍ ସି ଗୋଦାମ ଗୃହ ଠାରେ ୨ ଡିସମିଲ ଜମି ପ୍ରଦାନ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୬.୧୨.
ନୂଆପଡ଼ା ଜିଲ୍ଲା ଖଡିଆଳ ଏନ୍ ଏ ସି ପୁଟୁପଡା ଠାରେ ଜବର୍ ଦାଖଲ ଉଚ୍ଛେଦ କାର୍ଯ୍ୟ ଜାରି, ଜବରଦଖଲ କାରୀଙ୍କୁ ଆର ଏମ୍ ସି ଗୋଦାମ ଗୃହ ଠାରେ ୨ ଡିସମିଲ ଜମି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଅଛି। ଦୀର୍ଘ ଦିନ ସମୟ ପ୍ରଦାନ ପରେ ମଧ୍ୟ ଜବରଦଖଲ କାରୀମାନେ ଜମି ନ ଛାଡ଼ିବ ଯୋଗୁଁ ଆଜି ଜବର ଦାଖଲ ଉଚ୍ଛେଦ ହୋଇଥିଲା। ମାଟି ଘର ଦୀର୍ଘ ସମୟ ରହି ଆସୁଥିବା ବେଳେ ମୁଣ୍ଡ ଉପରେ ପକ୍କା ଛାତ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଗୃହ ପ୍ରଦାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି। ଜବର ଦଖଲ ଉଚ୍ଛେଦ ହେଲେ ଅଞ୍ଚଳ ରେ ମଡେଲ ଡିଗ୍ରୀ କଲେଜ କୁ ସଡ଼କ ନିର୍ମାଣ ହେବା ସହ ଅଞ୍ଚଳ ରେ ଉନ୍ନତ ମାନର ଗମନା ଗମନ ସୁବ୍ୟବସ୍ଥା ହେବ।
