ଟାଟା ଷ୍ଟିଲ କାର୍ଯ୍ୟକ୍ରମରେ ଶିଶୁଙ୍କ ଭୋକିଲା ରଖିଲେ ଆୟୋଜକ
ଫର୍ମାଟ-ଏ ଭି ଓ
ଧର୍ମାନନ୍ଦ ସେଠୀ
ଆଙ୍କର–ଟାଟା ଷ୍ଟିଲ ଫାଉଣ୍ଡେସନ ଓ ପଂଚାୟତ ସମିତି ମିଳିତ ଭାବରେ ଆୟୋଜନ କରିଥିବା କାର୍ଯ୍ୟକ୍ରମ ରେ ଶିଶୁଙ୍କୁ
ଭୋକିଲା ରଖିଲେ ଆୟୋଜକ l ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼
ବ୍ଲକ୍ ର ଦଣ୍ଡାଧର ଡ୍ୟାମ କୂଳରେ ଶିଶୁ ମାନଙ୍କ ସହ ବନ୍ଧୁତ୍ୱ ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ରମ ହେବାପାଇଁ ପଂଚାୟତ ସମିତି ତରଫରୁ ସମସ୍ତ ବିଭାଗ କୁ ଅବଗତ ହୋଇଥିଲା ଯେ ସମସ୍ତେ ସକାଳ ସମୟରେ ନିଜ କାର୍ଯ୍ୟାଳୟ ଛାଡ଼ି ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବେ l ଯେପରି ସରସ ସୁନ୍ଦର୍ ହୋଇପାରିବ,
ହେଲେ କର୍ଯ୍ୟକ୍ରମ ରେ ବି. ଡି.ଓ , ବ୍ଲକ୍ ଅଧ୍ୟକ୍ଷ।, ପୂର୍ବତନ ବ୍ଲକ ଅଧକ୍ଷ ସମେତ ଟାଟା ଷ୍ଟିଲ ଫାଉଣ୍ଡେସନ ର ଅଧିକାରୀ ଯୋଗ ଦେଇଥିଲେ ଅତିଥି ଭାବରେ l ଶିଶୁ ମାନଙ୍କ ମଧ୍ୟରେ ଝୋଟି, ରଙ୍ଗୋଲି,ଚିତ୍ର,ନୃତ୍ୟ ଗୀତ,ପ୍ରବନ୍ଧ,ଯୋଗ ଶିବିର,ପ୍ରଶ୍ନୋତ୍ତର, ,ଏକକ ନୃତ୍ୟ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିଲା l ହେଲେ ,କାର୍ଯ୍ୟକ୍ରମ ସହ ଆଧାର ଶିବିର ସ୍ବାସ୍ଥ୍ୟ ଶିବିର ,ଭବିଷ୍ୟତ ପାଇଁ ଜୀବନ ଜୀବିକା ଓ ମେଡିସିନ ପାଇଁ ଷ୍ଟଲ
ଖୋଲା ଯାଇ ସୁବିଧା କରାଯାଇଥିଲା l ହେଲେ ଖାଦ୍ୟ ଯୋଗାଣ ଦାୟିତ୍ୱରେ ଥିବା କର୍ମକର୍ତା ଟାଟା ଷ୍ଟିଲ ଫାଉଣ୍ଡେସନ ର ବିଭାଗୀୟ କର୍ମକର୍ତ୍ତା ଅଂଶ ଗ୍ରହଣ ଶିଶୁଙ୍କୁ ଖାଦ୍ୟ ଖୋଇବାତ ଦୂରର କଥା, ଗଣମାଧ୍ୟମ ରେ ଖବର ପ୍ରକାଶ ପାଇବ ବୋଲି ତରବର ରେ ବିସ୍କୁଟ ଖୋଇ ନିଜର ଦୋଷ କୁ ଲୁଚାଇଥିଲେ l ସକାଳୁ ଆସିଥିବା ଶିଶୁଙ୍କୁ ଖାଦ୍ୟ ରାନ୍ଧିବା କିମ୍ବା ରୋଷେଇ
ରନ୍ଧା ଖାଦ୍ୟ ଦେଇପାରିନଥିଲେ ଆୟୋଜକ l ସାଧାରଣ ରେ ଅସନ୍ତୋଷ ଦେଖାଦେଇଛି, ଶିଶୁ ମାନେ ଜୀବନ
ବିକଳରେ ହାତରେ ପ୍ଲେଟ ଧରି ଭୋକିଲା ପେଟରେ ସେଇ ବିସ୍କୁଟ ଖଣ୍ଡିକ ଖାଇବା ପାଇଁ ଡହଳ ବିକଳ ହେଉଥିବା ଦୃଶ୍ୟ
ସାଧାରଣ ରେ ନିନ୍ଦା କରାଯାଇଛି l ଟାଟା ଷ୍ଟିଲ ର କାର୍ଯ୍ୟକ୍ରମକୁ ଆଗାମୀ ଦିନରେ ପ୍ରଶାସନ ସଠିକ୍ ଭାବେ ପାଳନ କରିବାକୁ
ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l ଏପରିକି ଖାଦ୍ୟ ଯୋଗାଣ ଦାୟିତ୍ଵ କୁ ଭଲ ଭାବରେ ତଦନ୍ତ କରିବା ଦରକାର l
