*ନୂଆପଡ଼ା ଜିଲ୍ଲା ଖଡିଆଳ ନିବାସୀ ବର୍ଷୀୟାନ କଂଗ୍ରେସ ନେତା, ଚନ୍ଦ୍ରଶେଖର ତ୍ରିବେଦୀ ଙ୍କ ଗତ କାଲି ୮୯ ବର୍ଷ ବୟସରେ ଉନାଓ ଉତ୍ତରପ୍ରଦେଶ ରେ ମୃତ୍ୟୁ, ବିଭିନ୍ନ ମହଲ ରେ ଗଭୀର ଶ୍ରଦ୍ଧାଞ୍ଜଳୀ* ନୂଆପଡା (ମିଖାଏଲ ନନ୍ଦ)
ତା:୨୩.୧୨.
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ନିବାସୀ ବର୍ଷୀୟାନ କଂଗ୍ରେସ ନେତା ଚନ୍ଦ୍ରଶେଖର ତ୍ରିବେଦୀ ଙ୍କ ଗତ କାଲି ୮୯ ବର୍ଷ ବୟସରେ ଉତ୍ତରପ୍ରଦେଶ ର ଉନାଓ ଜିଲ୍ଲା ତକିଆ ଷ୍ଟେସନ ର ପାଟନ ଗ୍ରାମ ରେ ମୃତ୍ୟୁ ହୋଇଅଛି। ସେ ଖଡିଆଳ ମାଟି କୁ କର୍ମ ଭୂମୀ ରୂପେ ବାଛି ଦେଶ ପାଇଁ ନିଜ କୁ ଉସର୍ଗିକୃତି କରିଛନ୍ତି। ବିଭିନ୍ନ ମହଲ ରେ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସ୍ୱର୍ଗତ ଚନ୍ଦ୍ରଶେଖର ତ୍ରିବେଦୀ ଖଡିଆଳ ଅଞ୍ଚଳ ରେ ଜାତୀୟ କଂଗ୍ରେସ ନେତା ରୂପେ ବେଶ ପରିଚିତ ଥିବା ବେଳେ ଅଞ୍ଚଳ ରେ ଭୂଦାନ, ସ୍ୱଦେଶୀ ଆନ୍ଦୋଳନ, ଭାରତ ଛାଡ ଆନ୍ଦୋଳନ ରେ ମଧ୍ୟ ଜନତାଙ୍କୁ ଜାଗୃତ କରିଥିଲେ। ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ୱାର୍ଡ ସଭ୍ୟ ଥିବା ବେଳେ ଦଳୀୟ କର୍ମୀଙ୍କୁ ସଙ୍ଗଠନ ରେ ଅନେକ ସହାୟତା କରିଥିଲେ। ତାଙ୍କ ରୁପ ନରେନ୍ଦ୍ର ମିଶ୍ର ଙ୍କୁ ପୋଷ୍ୟ ପୁତ୍ର ରଖିଥିବା ବେଳେ ତାଙ୍କ ମୃତ୍ୟୁ ପରେ ସେ ଉତ୍ତର ଉନାଓ ଜିଲ୍ଲା ତକିଆ ଷ୍ଟେସନ ର ପାଟନ ଗ୍ରାମ ରେ ତାଙ୍କ ଅନ୍ତିମ ସଂସ୍କାର ହୋଇଅଛି। ଖଡିଆଳ ତ୍ରିବେଦୀ ପରିବାର ବର୍ଷୀୟାନ ସଦସ୍ୟ ଥିଲେ।
