ଚାଷୀ ସମସ୍ୟା ଉପରେ ଗଜପତି ଜିଲ୍ଲା କଂଗ୍ରେସ ର ଜିଲ୍ଲାପାଳଙ୍କୁ ଦାବି ପତ୍ର ।
ଗଜପତି ( ଟିକି ଲିମା)
ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରୁ ଏକ ବିରାଟ ସଭା ଯାତ୍ରା ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗ ଙ୍କ ନେତୃତ୍ବରେ ଆଜି ବାହାରି ଗଜପତି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ ଏବଂ ସେଠାରେ ଜିଲ୍ଲା କଂଗ୍ରେସ ସଭାପତି
ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରୁ ଏକ ବିରାଟ ପଟୁଆରରେ ବାହାରିଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀ ଯୁକ୍ତ ଦାସରଥି ଗମାଙ୍ଗ ଙ୍କ ନେତୃତ୍ବରେ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାରଳାଖେମୁଣ୍ଡି ମୂଖ୍ୟ ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହା କି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଯୁକ୍ତ ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶନାରେ ଆଜି କାର୍ଯ୍ୟକ୍ରମ ପରିଚାଳିତ ହେଉଛି। ଆଜି ର କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଚାଷୀ ମାନଙ୍କୁ ସରକାର ଅବହେଳାବିଷୟରେଏକ ସ୍ମାରକୀ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ଏହି ପତ୍ର ଟି ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡା ଗ୍ରହଣ କରିଥିଲେ। ଏହି ଦାବି ପତ୍ର ରେ ଉଲ୍ଲେଖ ରହିଛି ଯେ
୧. କଟଜୀ ଚଟଣି ବନ୍ଦ କରାଯାଇ ।୨. ଅଖା ର ଟଙ୍କା ଦିଆଯାଉ ।୩. ଚାଷୀଙ୍କ ଧାନ ମଣ୍ଡିକୁ ନେବା ପର୍ଯ୍ୟନ୍ତ ଚାଷୀଙ୍କ ଖର୍ଚ୍ଚ ସରକାର ବହନ କରନ୍ତୁ ।୪. ଚାଷୀଙ୍କର ଧାତର ମାନ ନିଦ୍ଧାରଣ ମଣ୍ଡିରେ ହିଁ ହେଉ, ମିଲରଙ୍କ ହାତରେ ଟେକି ନ ଦିଆଯାଇ ଏବଂ ୨୪ ଘଣ୍ଟା ମଧ୍ୟରେ ଚାଷୀଙ୍କ ଜମା ଖାତା କୁ ପଇସା ଆସିବାର ଅଛି ।୫. ସମବାୟ ସମିତି ମାଧ୍ୟମରେ ଚାଷୀ ଙ୍କ ଘର କୁ ଯାଇ ଧାନ କିଣା ଯାଉ |୬. ଚାଷୀ ଙ୍କ ଆନୁସଙ୍ଗିକ ବ୍ୟବସ୍ତା କରାଯାଉ |୭. ପିଇବା ପାଣି ଶୌଚାଳୟ ର ବ୍ୟବସ୍ତା କରାଯାଇ ।8. କେନ୍ଦ୍ର ସରକାର ବଢ଼ାଇଥିବା ୬୯ ଟଙ୍କା ଙ୍କୁ ତୁରନ୍ତ ୩୦୦ ଟଙ୍କା କୁ ବୃଦ୍ଧି କରାଯାଉ ଯେମିତି କି (ବିଧାୟକ ଙ୍କ ଦରମା ବୃଦ୍ଧି ଅନୁଯାୟୀ) ।ଏହି ସମସ୍ତର ବିଷୟ ଆଲୋଚନା କରି ଚାଷୀଙ୍କ ଅଭିଯୋଗ କୁ ସରକାର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷପ ନେବା ପାଇଁ ଅନୁରାଧା କରୁଛୁ । ଯଦି କୌଣସି କ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଜିଲ୍ଲା କଂଗ୍ରେସ ପକ୍ଷରୁ ଦୃକ ପ୍ରତିବାଦ କରି ଆମେ ରାଜା ରାସ୍ତା କୁ ଓଲ୍ହାଇବା ପାଇଁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଥିବା ସ୍ମାରକୀ ପତ୍ର ପ୍ରଦାନ କରିଥିଲେ। ଆଜି ର କାର୍ଯ୍ୟକ୍ରମ ରେ ଗଜପତି ଚାଷୀ ୟୁନିୟନ ର ସଭାପତି ଆଇନଜୀବୀ ଅଶୋକ ଅଧିକାରୀ, ଗଜପତି ଏସି ସେଲ ସଭାପତି ପାପା ରାଓ, ଗୋଷାଣୀ ବ୍ଲକ ବାଲକ୍ରଷ୍ଣା, ପୁରୁଷମ ପାଣିଗ୍ରାହୀ,ମୀନ ମଣ୍ଡଳ, ଲଳିତ ମହୋନ ଦଣ୍ଡସେନା ସୂର୍ଯ୍ୟ ନାରାୟଣ ପାତ୍ର, ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା, ଈଶ୍ୱର ମାଝୀ, ବିଷ୍ଣୁ ପାଢ଼ୀ,ଲବ ସାହୁ,ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ସମସ୍ତ ଆଗଧାଡିର ନେତା କର୍ମୀ ଉପସ୍ଥିତ ଥିଲେ।
