*ବଡ଼ଜୋରଡା ଶିଶୁ ବିଦ୍ୟା ମନ୍ଦିର ରେ ବନ ବିହାର ତଥା ସହଭୋଜ କାର୍ଯ୍ୟକ୍ରମ*
ତାଳଚେର :ତା 20/12/2025:
ସରସ୍ବତୀ ଶିଣୁବିଦ୍ୟା ମନ୍ଦିର ବଡଯୋରଡା ର ବନ ବିହାର ତଥା ସହଭୋଜ କାର୍ଯ୍ୟକ୍ରମ ସ୍ଥାନୀୟ ହନୁମାନ ବାଟିକାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମାନ ପର୍ଶୁରାମ ବାରିକ , ଅନୁଗୁଳ ଜିଲ୍ଲା ମେଡିଆ ସେଲ ପ୍ରଭାରୀ ଯୋଗ ଦେଇ ରାଷ୍ଟ୍ରୀୟତା ନାଗରିକ କର୍ତ୍ତବ୍ୟ ,ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ସଂସ୍କାରିତ ପରମ୍ପରା ଓ ନାଗରିକ କର୍ତ୍ତବ୍ୟ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ସଭାପତି ସୁରେଶ ଚନ୍ଦ୍ର ସାହୁ, କୋଷାଧକ୍ଷ ବିଦେଶୀ ଦେହୁରୀ ଓ ମନ୍ଦିରର ପୂଜକ ରୁଦ୍ରମୋହନ ଦ୍ୱିବେଦୀ ଉପସ୍ଥିତ ଥିଲେ । ଶିଶୁମାନଙ୍କ ଦ୍ୱାରା ମହାବଳୀ ବଜରଙ୍ଗ ବଲୀ ଙ୍କୁ ୧୦୦୧ ଲଡୁ ଓ ବିଶାଳ ପୁଷ୍ପମାଲ୍ୟ ତାଙ୍କ ପାଦପଦ୍ମରେ ଅର୍ପଣ କରିଥିଲେ । ଶିଶୁମାନଙ୍କ ଦ୍ୱାରା ପ୍ରଭୁ ଶ୍ରୀରାମ ଙ୍କର ପ୍ରଭୁ ଭକ୍ତ ମାତା ଶବରୀ ଙ୍କ ଚରିତ ରେ ଅଭିନୟ ଓ ଅଶୋକ ବାଟିକା ରେ ପବନ ପୁତ୍ର ହନୁମାନ ପ୍ରଭୁ ଶ୍ରୀରାମ ଦେଇଥିବା ସ୍ଵର୍ଣ୍ଣ ମୁଦ୍ରିକା କୁ ମାତା ସୀତାଙ୍କୁ ପ୍ରଦାନ କରିଥିବା ଦୃଶ୍ୟ ଓ ମହାପ୍ରଭୁ ଜଗନ୍ନାଥ ଙ୍କ ର ଶ୍ରୀମନ୍ଦିର ସମ୍ବନ୍ଧୀୟ ବିବରଣୀ ଶିଶୁମାନେ ପ୍ରଦର୍ଶନ କରିଥିଲେ । ନିକଟସ୍ଥ ବୃଦ୍ଧାଶ୍ରମ ଓ ପ୍ରକୃତି କୋଳରେ ଭ୍ରମଣ କରିଥିଲେ ।
