ଆଜି ସ୍ଥାନୀୟ ବ୍ରିଟ କଲ୍ୟାଣ ମଣ୍ଡପ ନିକଟରେ ଅଟଳ ଯୁବ ସଙ୍ଗମ season 5 ର ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହେଇଯାଇଛି!
ଆସନ୍ତା 25/26 -12 2025 ରେ ହେବାକୁ ଥିବା ମହା ମହିମ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଙ୍କ ସ୍ମୃତିରେ ଆୟୋଜନ ଅଟଳ ଯୁବ ସଙ୍ଗମ season 5 ର 2 ଦିନ ବ୍ୟାପି ରାଜ୍ୟ ସ୍ତରୀୟ ଏହି ଉତ୍ସବ ପାଳନ ହେବାକୁ ଯାଉଛି! ପ୍ରଥମ ଦିନ ଅର୍ଥାତ 25/12/25 ଦିବା 10 ଘଟିକା ରୁ ନିମନ୍ତ୍ରିତ ଥିବା ଅତିଥିଙ୍କ ଉପସ୍ଥିତ ରେ କାର୍ଯ୍ୟକ୍ରମ ରେ ଶୁଭ ଉଦଘାଟିତ କରି ଜିଲ୍ଲା ତଥା ଜ଼ିଲ୍ଲା ବାହାରୁ ଆସିଥିବା ପିଲାମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ପ୍ରତିଯଗିତା ହେବ ଏବଂ ତା ସହିତ ଏକ ମାଗଣା ସ୍ୱାସ୍ଥ୍ୟ ସେବା ର ଅନୁଷ୍ଠିତ ହେବ ଏବଂ ପ୍ରତେକ ବର୍ଷ ଭଳି ଏ ବର୍ଷ ମଧ୍ୟ ଅସହାୟ ତଥା ଗରିବ ଲୋକଙ୍କୁ ଆସିଥିବା ଅତିଥିଙ୍କ ଦ୍ୱାରା କମ୍ବଳ ବଣ୍ଟନ କରାଯିବ ଏବଂ ଦ୍ୱିତୀୟ ଦିନ ରେ ସ୍ୱାସ୍ଥ୍ୟ କୁ ଆଖି ଆଗରେ ରଖି ଏକ BODY BUILDING ପ୍ରତିଯୋଗିତା ରଖାଯାଇଛି ଏବଂ ସନ୍ଧ୍ୟାରେ ଓଡ଼ିଶାପ୍ରସିଦ୍ଧ୍ୟ ଗାୟକ ଏବଂ ଗାୟିକାଙ୍କ ଦ୍ୱାରା ଏକ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ତା ସହିତ ସମସ୍ତ ପ୍ରତିଯୋଗିତା ମାନଙ୍କୁ ଉକ୍ତ ମଞ୍ଚ ରେ ପୁରସ୍କାର ବିତରଣ ସହ ସମାଜସେବି ମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବବୋଲି ସଂଗଠନ ର ସଭାପତି ବିକାଶ କୁମାର ପାଢ଼ୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ! ସଂଗଠନ ସଂଗଠନ ର ମୁଖ୍ୟ ପୃଷ୍ଟ ପୋଷକ ପର୍ଶୁରାମ ବେହେରା ଉକ୍ତ କାର୍ଯ୍ୟକ୍ରମ ର ଉତ୍ତରତ୍ତର କାମନା କରିବା ସହ ସଂଗଠନ ମାଧ୍ୟମରେ ବାଲେଶ୍ୱର ର ବିଭିନ୍ନ ପ୍ରକାରର ସାମାଜିକ କାମରେ ଲିପ୍ତ ରହିବ ବୋଲି ସୂଚନା ଦେଇଥିଲ ଏହି ସାମ୍ବାଦିକ ସମିଳନୀ ରେ ମୁଖ୍ୟ ପରାମର୍ଶ ଦାତା ସୁଜିତ ଦେ , ବିଶ୍ୱଜିତ୍ ପର ମାଣିକ,ଅଧ୍ୟକ୍ଷ ସଞ୍ଜୟ ଦାସ, ଉପାଧ୍ୟକ୍ଷ ବେଣୁଧର ଦାସ, ପ୍ରଦ୍ୟୁମ୍ନ ପାଣିଗ୍ରାହୀ, ଡା ସିଦ୍ଧାର୍ଥ ପତି ଜୋନାଲ ସଭାପତି ଧୀରଜ ମହାନ୍ତି, ସମ୍ପାଦକ ପ୍ରହଲ୍ଲାଦ ଦାସ, ଯୁବ ଉପସଭାପତି କାଁହୁ ଚରଣ ମହାଳିକ, ପ୍ରମୋଦ ଦାସ,ଶକ୍ତି କୁମାର ଦାସ, ମହିଳା ସଭାପତି ମଧୁଶ୍ରୀ ପଣ୍ଡା ମହିଳା କାର୍ଯ୍ୟକାରିଣୀ ସଭାପତି ସଂଘମିତ୍ରା ମହାନ୍ତି ସଂଜୀବ ପ୍ରଧାନ, ମହେଶ ସିଂ, ରାଜେନ୍ଦ୍ର ଚାଟର୍ଜି, ଡମ୍ବରୁଧରଉ ମହାପାତ୍ର, ଜ୍ୟୋତିର୍ମୟୀ ସାମଲ,ସମରେଶ କୁମାର ସାମଲ , ଅପରାଜିତା ସେନ,ସସ୍ମିତା ଶୁକ୍ଳା,ନସିମା ବିବି,ସୁକାନ୍ତି ଦେବ ଗୋସ୍ୱାମୀ,ପ୍ରମୋଦ ସାହୁ, ଅରିବିନ୍ଦ ପାତ୍ର,ଜୀବନ ପାଣି,ରୋଜାଲିନ ପାଣି, ରିଙ୍କେଶ ପ୍ରଧାନ,ସ୍ୱର୍ଣ୍ଣପ୍ରୀୟା ନାଥ,ଅଙ୍କିତ ଖନ୍ଦେଲୱାଲ୍ ,ସେକ ସମଦାନି, ସର୍ବେଶ୍ଵର ଜେନା ଆଦି ଉପ ରହି କାର୍ଯକ୍ରମ କୁ ସଫଳ କରାଇଥିଲେ
