*ନୂଆପଡ଼ା ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ପୁକ୍କଲାମ ପାଳିତ ହୋଇଅଛି*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ପୁକ୍କଲାମ ପାଳିତ ହୋଇଅଛି। ଏହାଦ୍ବାରା ବିଦ୍ୟାର୍ଥୀଙ୍କ ମଧ୍ୟରେ ଅନ୍ତର୍ନିହିତ ଗୁଣ ର ପରିପ୍ରକାଶ କରିବା ସହ ଆବଶ୍ୟକ ପ୍ରତିଭାର ଉନ୍ମୋଚନ ହେବା ସ୍ଵାଭାବିକ ବୋଲି ଅଧ୍ୟୟନ ପ୍ରକ୍ରିୟାର ଏହା ଅଂଶ ବିଶେଷ ଅଟେ। ତେଣୁ କ୍ରୀଡା ଏବଂ ବାହ୍ୟ ବସ୍ତୁକୁ କିପରି ବ୍ୟବହାର କରି ଆଟି ସୁନ୍ଦର୍ ଆକୃତି ଦେବାର ତାଲିମ ମାତ୍ର ଅଟେ। ଏହା ତାଙ୍କ ଭବିଷ୍ୟତ ଜୀବନରେ ଅନେକ ସହାୟକ ହେବ ବୋଲି କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ସଂଜୀବ କୁମାର ସାହୁ ପ୍ରକାଶ କରିଛନ୍ତି। କେରଳ ରାଜ୍ୟରେ ଏକା ପର୍ବ ଓନାମ ରେ ପୁଷ୍ପ ର ରଙ୍ଗୋଲି କରିବାର ଏକା ପରମ୍ପରା ରହିଥିବା ବେଳେ ବିଭିଦ୍ଧତା ମଧ୍ୟରେ ଏକତାର ପରିଚୟ ଦେଇ “ଆମ ଦେଶ ଆମ ସଂସ୍କୃତି” ର ବାର୍ତ୍ତା ପହଞ୍ଚାଇବା ର ପ୍ରୟାସ ମାତ୍ର।
