ସେ ହେଉଛନ୍ତି ଚିର ସ୍ମରଣୀୟ ! ବାଲେଶ୍ବର ପାଇଁ ତାଙ୍କର ଅବଦାନ ରହିଛି ଅଭୁଲା ସ୍ମୃତି ହୋଇ ! ଜାତୀୟ ସ୍ତରରେ ଜଣେ ବେଶ ଜଣାଶୁଣା ବିଶିଷ୍ଟ ଶ୍ରମିକ ନେତା, ପୂର୍ବତନ ବାଲେଶ୍ବର ସାଂସଦ ତଥା ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ !ସେ ଆଉ କେହି ନୁହଁନ୍ତି, ସମସ୍ତଙ୍କର ଅତି ପ୍ରିୟ,ଅତି ପରିଚିତ, ଅତି ଆପଣାର ସମରେନ୍ଦ୍ର କୁଣ୍ଡୁ। ସେ ଆଜି ଆମ ଗହଣରେ ନାହାଁନ୍ତି ସତ, ହଲେ ତାଙ୍କରି ସ୍ମୃତିରେ ଆଜି କୁଣ୍ଡୁ ଦା ଙ୍କର ବତିଶ ତମ ଶ୍ରାଦ୍ଧ ଦିବସ ସ୍ଥାନୀୟ ଷ୍ଟେସନ ଛକଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ନିକଟରେ କମିଟିର ସମ୍ପାଦକ ଶ୍ରମିକ ନେତା କୁନା ସ୍ୱାଇଁଙ୍କ ପୈରହିତ୍ୟରେ ପାଳିତ ହୋଇଯାଇଅଛି। ଏହି ଅବସରରେ ବାଲେଶ୍ବରର ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସ୍ୱର୍ଗତ କୁଣ୍ଡୁ ଦା ଙ୍କର ସ୍ମୃତି ଚାରଣ କରିଥିବାବେଳେ, ସ୍ୱର୍ଗତ କୁଣ୍ଡୁ ଦା ଙ୍କୁ ଭଲ ପାଉଥିବା ଅନେକ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।।।।
