କଙ୍କଡ଼ାହାଡ଼ ବ୍ଲକ ବାମ ପଂଚାୟତ ରେ ଛତୁ ଚାଷ ପାଇଁ ତାଲିମ ଶିବିର
କାମାକ୍ଷାନଗର – (ସତ୍ୟବାଦୀ ସେଠୀ ଙ୍କ ସହ ଗୋକୁଳାନନ୍ଦ ବେହେରା)
କଙ୍କଡ଼ାହାଡ଼ ବ୍ଲକ ବାମ ଗ୍ରାମ ରେ ଆଇ ସି ଆଇ ଓ ଢେଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର ମିଳିତ ଭାବେ ଛତୁ ଚାଷ ସମ୍ଭଧୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ଡ଼ ରୋଜାଲିନ ମହାନ୍ତ ଓ ଶ୍ରୀମତୀ ସଂଘମିତ୍ରା ସାହୁ ତାଲିମ ଦେଇଥିଲେ ଛତୁ ଚାଷ କିପରି କରା ଯିବ ମଞ୍ଜି କିପରି ପ୍ରସ୍ତୁତ ହେବ ଛତୁ ବେଡ଼ କେଉଁ ପ୍ରଣାଳୀରେ ତିଆରି ହେବ ଏ ବିଷୟରେ ତାଲିମ ଦେଇଥିଲେ ଛତୁ ଗୋଟିଏ ଲାଭ ଜନିତ ଚାଷ ବିଶେଷ କରି ଧୀଙ୍ଗୀର ଛତୁ ଏବଂ ପାଲଛତୁ ଚାଷ କରିବା ଓ ଖାଇବା ଦ୍ୱାରା ମଣିଷ ଶରୀର କୁ କଣ କଣ ଖାଦ୍ୟସାର ମିଳିଥାଏ ଆଲୋକ ପାତ କରିଥିଲେ ଏହି କାର୍ଯ୍ୟକ୍ରମ କୁ ଢେଙ୍କାନାଳ ଆଇ ସି ଆଇ ଶାଖା ଦ୍ୱାରା ପରିଚାଲନ କରାଯାଇ ଥିଲା ସଂସ୍ଥା ତରଫରୁ ଜିଲ୍ଲା ପରିଚାଳକ ଆଶୁତୋଷ ପଣ୍ଡା, ମନୀଷା ଜେନା ଦିଲ୍ଲୀପ ମହାନ୍ତ, ବିଦ୍ୟାଧର ମହାନ୍ତ ତାଲିମ କାର୍ଯ୍ୟକ୍ରମ ରେ ବ୍ୟବହାରିକ ପରୀକ୍ଷଣ ଓ ଆୟୋଜନ ରେ ସହଯୋଗ କରିଥିଲେ ଏହି ତାଲିମ ଶିବିରରେ ବାମ ପଂଚାୟତରୁ ୪୦ଜଣ ମହିଳା ଚାଷୀ ଭାଗ ନେଇଥିଲେ
