*ବ୍ଲକ୍ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ*
ସୋର (ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ)::: ସୋର ରାଧାନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସୋର ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସୋର ଥାନାଧିକାରୀ ମୁକୁନ୍ଦ ମୁରାରି ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ପତାକା ଉତ୍ତୋଳନ ପୂବକ ଉଦ୍ଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ତହସିଲଦାର କୃଷ୍ଣଚନ୍ଦ୍ର ସିଂହ ଯୋଗ ଦେଇ ଦିବ୍ୟାଙ୍ଗ ମାନେ କୌଣସି କ୍ଷେତ୍ରରେ କମ୍ ନୁହଁନ୍ତି, ସେମାନଙ୍କ ପାଇଁ ସମସ୍ତେ ସହଯୋଗର ହାତ ବଢ଼ାଇବା ସହ ମୁଖ୍ୟ ସ୍ରୋତରେ ସାମିଲ କରାଇଲେ ଦେଶର ଉନ୍ନତିରେ ସହାୟକ ହେବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।ସମ୍ମାନିତ ଅତିଥି ରୂପେ ବ୍ଲକ ଅଧ୍ୟକ୍ଷା ଅନୁସୟା ମଲ୍ଲିକ, ପ୍ରଧାନ ଶିକ୍ଷକ ସାହାଦତ ଅଲ୍ଲୀ, କ୍ଲଷ୍ଟର ସିଆସିସି ରବି ନାରାୟଣ ଦାସ ଯୋଗ ଦେଇଥିଲେ । ବି.ଆର୍.ପି ଜ୍ୟୋତିରଞ୍ଜନ ଜେନା ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରି କହିଥିଲେ ଯେ- ଭିନ୍ନକ୍ଷମ ପିଲାଙ୍କ ପାଇଁ ସହାନୁଭୂତି ନୁହେଁ ପ୍ରେରଣା ଦରକାର । ଏଥିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୋମନାଥ ଦାସଙ୍କ ସଭାପତିତ୍ବରେ ଉକ୍ତ ସଭା ଅନୁଷ୍ଠିତ ହୋଇଥିଲା । ଅତିଥି ପରିଚୟ ପ୍ରଦାନ କରିଥିଲେ ସି ଆର ସି ସି ନାରାୟଣ ପ୍ରସାଦ ନାୟକ। ସକାଳେ ଅନୁଷ୍ଠିତ ପ୍ରଭାତ ଫେରୀରେ ବିଭିନ୍ନ ବିଦ୍ୟାଳୟର ଦିବ୍ୟାଙ୍ଗ ପିଲା ଏବଂ ଅଭିଭାବକମାନେ ଯୋଗଦେଇଥିଲେ। ପରେ ପିଲାମାନଙ୍କ ମଧ୍ୟରେ ସଙ୍ଗୀତ, ନୃତ୍ୟ, ଚିତ୍ରାଙ୍କନ ଓ ସଙ୍ଗୀତ ଚୌକି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ଅତିରିକ୍ତ ଶିକ୍ଷା ଅଧିକାରୀ ସୋମନାଥ ଦାସ, ବିଆରପି ଜ୍ୟୋତି ରଞ୍ଜନ ଜେନା, ବିଆରପି ସରୋଜିନୀ ରାଉତ, ଆକାଉଣ୍ଟେଣ୍ଡ ଅରୁଣ କୁମାର ସେଠୀ, ସିଆରସିସି ରବି ନାରାୟଣ ଦାସ ଏବଂ ଅନ୍ୟ ସମସ୍ତ ସିଆରସିସି ଯୋଗଦେଇ ପୁରସ୍କାର ବିରତଣ କାର୍ଯ୍ଯକ୍ରମ କରିଥିଲେ ଏବଂ ଦଶମ ଶ୍ରେଣୀରେ ଉନ୍ନିତ ହୋଇଥିବା ୫ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉଭୟ ଅଧିବେଶନରେ ସିଆରସିସି ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।
