ବୁଢୀଦର ମଣ୍ଡି ଠାରେ ଗ୍ରାମୀଣ ସଚେତନତା ସମାବେଶ ଅନୁଷ୍ଠିତ
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ବୁଢୀଦର ମଣ୍ଡି ପରିସର ଠାରେ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ, ପ୍ରାଥମିକ କ୍ରୁଷି ସମବାୟ ସମିତି ମୁଣ୍ଡୁରାଗୁଡା ଓ ମେସର୍ସ ମନୋହର ଲାଲ ଦେବୀ ପ୍ରସାଦଙ୍କ ମିଳିତ ଅନୁକୂଲ୍ୟରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଯାଜ୍ଞସେନୀ ପଣ୍ଡାଙ୍କ ସଭାପତିତ୍ୱରେ ଏକ ଗ୍ରାମୀଣ ସଚେତନତା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମାବେଶ କୁ ବିଶିଷ୍ଟ ସମାଜସେବୀ ଇଂ ପୁରୁଷୋତ୍ତମ ଦାସ ଅଗ୍ରୱାଲ ଉଦଘାଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ବାଙ୍କପଲାସ ସରପଞ୍ଚ ଶ୍ରୀମତୀ ସଂଯୁକ୍ତା ମାଝୀ, ବ୍ଲକ ଅଧ୍ୟକ୍ଷା ସବିତା ମେହେର, ଉପାଧ୍ୟକ୍ଷ ପ୍ରମୋଦ ବେହେରା, ବର୍ଷିଆନ ସମାଜସେବୀ ସୁଧାଂଶୁ ଶେଖର ନେଗୀ, ଚିନ୍ମୟ ବେହେରା, ସଂଗଠକ ପ୍ରଭାତ ଦାସ, ସଂଜୀବ କୁମାର ଠାକୁର, ସୁଧାଂଶୁ ଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ମାନସ ପଣ୍ଡା, ପେକ୍ସ ନିର୍ଦ୍ଦେଶକ ଦାମୋଦର ବେହେରା, ପ୍ରସନ୍ନ କୁମାର ଶବର, ସୁପ୍ରସନ୍ନ ଭୋଇ, ଉଦଯୋଗୀ ଚାଷୀ ରାଜେନ୍ଦ୍ର ମାଝୀ, ପଦ୍ମ କେଶରୀ ଶବର ଏ ପ୍ରକାଶ ବେହେରା ପ୍ରମୂଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ କୁ ପେକ୍ସ ମୂଖ୍ଯ କାର୍ଯ୍ୟନିର୍ବାହୀ ଅଧିକାରୀ ଜୀତେନ୍ଦ୍ର ନାଏକ ସଂଯୋଜନା କରିଥିବା ବେଳେ ସୀମାଞ୍ଚଳ ବାଗ ଅତିଥି ପରିଚୟ ପ୍ରଦାନ ଓ ରିଷବ ଅଗ୍ରୱାଲ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଯୁବ ସଂଗଠକ ଅବିନାଶ ମୁଣ୍ଡ, ଅବସର ପ୍ରାପ୍ତ ଶିକ୍ଷକ ସଂଜୟ କୁମାର ପଣ୍ଡା, ବିଘ୍ନରାଜ ମାଝୀ, ସୁରେନ୍ଦ୍ର ବାଗ ପ୍ରମୂଖ ସାଧନ କର୍ମୀ ଭାବେ ଯୋଗଦାନ କରି ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଅବଗତ କରିବା ସହ ସ୍ବ ରୋଜଗାର ଓ ଆତ୍ମନିର୍ଭର ଭାରତ ସମ୍ପର୍କିତ ତଥ୍ଯ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବଡଟିକ୍ରାଗୁଡା, ତେନ୍ତୁଳି ପଡା, ଶଙ୍କର ପଡା, ବାଙ୍କପଲାସ, ରତନପଲା, ବଳରାମପୁର, କୋଏଲାମୁଣ୍ଡା ଓ ସାନଟିକ୍ରାଗୁଡା ଗ୍ରାମରୁ ଶତାଧିକ ଜନସାଧାରଣ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଅବସରରେ ଗରୀବ ଅସହାୟ ବ୍ରୁଦ୍ଧବ୍ରୁଦ୍ଧା, ବିଧବା ଓ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ଅମ୍ରୁତ ମାତ୍ରୁ ପିତ୍ରୁ ସେବା ମାଧ୍ୟମରେ ଶୀତ ବସ୍ତ୍ର ଓ କମ୍ବଳ ପ୍ରଦାନ କରାଯାଇଥିଲା। ଏହାକୁ ଘନଶ୍ୟାମ ନାଏକ, କର୍ଣ୍ଣ ପତି ବାଗ, ଦିଲୀପ ଶବର, ରାଧାମୋହନ ଗହୀର, ବିଷ୍ଣୁ ଶବର, ପ୍ରମୋଦ ଶବର ପ୍ରମୂଖ ସକ୍ରିୟ ଭାବେ ଅଂଶଗ୍ରହଣ କରି ସହଯୋଗ କରିଥିଲେ। ପରିଶେଷରେ ରୋହିତ କୁମାର ନାଏକ ଧନ୍ଯବାଦ ଅର୍ପଣ କରିଥିଲେ।
