
କେନ୍ଦୁଝର:କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟ,ଜିଲ୍ଲାପ୍ରାଣୀ ସଂମ୍ପକ ବିଭାଗ ଓ ପ୍ରଗତୀ ଫାଉଣ୍ତେସନ ଟ୍ରଷ୍ଟ,ମଇଦାନକେଲ ମିଳିତ ସହଯୋଗରେ ସଦର ବ୍ଲକ ମଇଦାନକେଲ ଠାରେ ଗ୍ରୀଷ୍ମଦିନରେ ଗୋରୁ ଗାଈ ଙ୍କ ଯତ୍ନ ସଂମ୍ପର୍କିତ ଏକ ସଚେତନତା ଅଭିଯୋନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଆୟୋଜିତ ସଭାକୁ ପ୍ରଗତୀ ଫାଉଣ୍ତେସନର ସଭାପତି ଶ୍ରୀ ମନୋଜ କୁମାର ମହାନ୍ତ ସଭାପତିତ୍ବ କରିଥିଲେ।ପ୍ରାଣୀସଂମ୍ପଦ ବିଭାଗର ଜିଲ୍ଲାପ୍ରାଣୀ ଚିକିତ୍ସାଧିକାରୀ ଡା.ଚନ୍ଦ୍ର ଶେଖର ରଥ ଓ ସହଯୋଗୀ ପ୍ରାଣୀଚିକିତ୍ସାଧିକାରୀ ପ୍ରସନ୍ନ ମୁଣ୍ତା ଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧନାରେ କେନ୍ଦୁଝର ଜିଲ୍ଲାରେ ପ୍ରାଣୀ ସଂମ୍ପଦ ବିଭାଗ ଓ ସ୍ବେଚ୍ଛାସେବୀ ସଂଗଠନ ମାନଙ୍କ ସହଯୋଗରେ ଗ୍ରୀଷ୍ମ ଋତୁରେ ଗାେରୁ ଗାଈ ମାନଙ୍କର ଯତ୍ନ ସଚେତନତା ଆରମ୍ଭ ହାେଇଛି।ଏହି ପରୀପ୍ରେକ୍ଷୀରେ ପ୍ରାଣୀଧନ ନିରୀକ୍ଷକ ଶ୍ରୀ ଅଭୟ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖରାଦିନେ ଗୋରୁ,ଗାଈ,ଛେଳି,ମେଣ୍ତା,କୁକୁଡା ଏବଂ ପକ୍ଷୀମାନଙ୍କର ଯତ୍ନ ସୁରକ୍ଷା ବିଷୟରେ ବୁଝାଇଥିଲେ।ଗ୍ରୀକ୍ଷ୍ମ ପ୍ରଭାବ ବଢିବା ପୂର୍ବରୁ ସେମାନଙ୍କୁ ଘରକୁ ଫେରାଇ ଆଣି ସୁଷମଖାଦ୍ୟ କମ୍ ଦେଇ ଅଧିକ ସବୁଜଘାସ ଖାଇବାକୁ ଦେବା,ତୋରାଣୀ ପାଣି ସୁବିଧା କରିବାକୁ ମରାମର୍ଶ ଦେଇଥିଲେ।କେନ୍ଦୁଝର ଡେଭଲମେଣ୍ଟ ଟ୍ରଷ୍ଟ ସଂମ୍ପାଦକ ତଥା “ଜୀବେଦୟା “ଅଭିଯାନ ର ଆବାହକ ଶ୍ରୀ ଭକ୍ତବତ୍ସଳ ମହାନ୍ତି ଯୋଗଦେଇ ମଣିଷ ଜଣେ ଉନ୍ନତପ୍ରାଣୀ।ସେ କଥା କହୁଛି ଓ କହିପାରୁଛି,ଗାଈ ଗୋରୁଙ୍କ ଜୀବନ ମଧ୍ୟ ସମାନ।ଗ୍ରୀଷ୍ମରେ ତୃଷ୍ଣା ଲାଗିଲେ ତାପରେ ବହୁକଷ୍ଟ ପାଇଥାନ୍ତି।ଗାଈ,ଗୋରୁ,ଛେଲକି,ମେଣ୍ତା,ମଇଁଶି,କୁକୁର ଙ୍କ ପାଇଁ ବାହାରେ ପାଣିକୁଣ୍ତ ରଖିବା,ଗଛରେ ଠେକି ବାନ୍ଧି ସେଥିରେ ପାଣିଦେବା ମଣିଷ ସମାଜର ଦାୟୀତ୍ବ ଓ କର୍ତ୍ତବ୍ୟ ରହିଛି ବୋଲି ଜନସାଧାରଣ ଙ୍କୁ ଅବଗତ କରିଥିଲେ।ଗ୍ରାମଞ୍ଚଳ ସମେତ ସହରାଞ୍ଚଳ ରେ ଚରାବୁଲା ଗୋରୁ ଗାଈ ମାନଙ୍କ ନିମନ୍ତେ ପାଣିକୁଣ୍ତ ସ୍ଥାପନ ସହ ଜଳଦାନ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଚାଷୀ କୃପାସିନ୍ଧୁ ସିଂ,ଶ୍ରୀମତୀ ରଞ୍ଜୁଲତା ମହାନ୍ତ,ପ୍ରାଣୀମିତ୍ର ସୁମତୀ ମୁଣ୍ତାରୀ,ପଦ୍ମିନୀ ମହାନ୍ତ,ଦୀପାଞ୍ଜଳୀ ସିଂ,ଦିନବନ୍ଧୁ ମହାନ୍ତ ପ୍ରମୁଖ ଆଲୋଚନାରେ ସଂକ୍ରିୟ ଅଂଶଗ୍ରଣ କରିଥିଲେ।ଜୀବେଦୟା ଅଭିଯାନରେ ସଦସ୍ୟ ଶ୍ରୀ ରୁଦ୍ରନାରାୟଣ ଲୋହାର ଖରାଦିନେ ପଶୁପକ୍ଷୀ ସମେତ ଚରାବୁଲା ପ୍ରାଣୀଙ୍କୁ ଲୋକେ ଜଳଦାନ କରିବାକୁ ବୁଝାଇଥିଲେ।ଜଳଦାନ କରୁଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା କରାଯିବାକୁ ନିଷ୍ପତି ନିଆଯାଇଛି।ପରିଶେଷରେ ପ୍ରଗତୀ ଫାଉଣ୍ତେସନ ର ସଦସ୍ୟ ସୁଶାନ୍ତ ମହାନ୍ତ ଅତିଥି ଓ ଉପସ୍ଥିତଚାଷୀମାନଙ୍କୁ ଧନ୍ୟବାଦ ଦେଇଥିଲେ।ଏଥିରେ ମଇଦାନକେଲ ପଞ୍ଚାୟତ ର ୧୦ରାଜସ୍ବ ଗ୍ରାମରୁ ୭୮ଜଣ ଚାଷୀ ସାମିଲ ହୋଇଥିଲେ।