ଗଞ୍ଜେଇ ଜବତ ବେପାରୀ ଗିରଫ, ୧ ଲକ୍ଷ ୫ ହଜାର ଟଙ୍କାର ଗଞ୍ଜେଇ ଜବତ।
ବସ୍ତା:- (ନି ପ୍ର)
ବସ୍ତା ଥାନା ମୁକୁଳିସି ଛକରୁ ଗଞ୍ଜେଇ ବେପାରୀକୁ ଗିରଫ କଲା ମୋବାଇଲ ସ୍କ୍ୱାର୍ଡଟିମ। ଗିରଫ ଯୁବକ ଜଣକ ହେଲେ ସିଂଲା ଥାନା ସାହାଡ଼ା ଗ୍ରାମର ମନୋରଞ୍ଜନ ନାଥ। ଆଜି ସକାଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ଏସପି ମନୋଜ ସେଠୀଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ଵର ଅବକାରୀ ମୋବାଇଲ ସ୍କ୍ୱାର୍ଡର ୧୦ ଜଣିଆ ଟିମ୍ ମୁକୁଳିସି ଛକରେ ଚଢ଼ାଉ କରି ଗଞ୍ଜେଇ ବେପାରୀକୁ ଗିରଫ କରି ୧୦ କେଜି ୫୦୦ ଗ୍ରାମ ଗଞ୍ଜେଇ ସହ ଏକ ବାଇକ ଜବତ କରିଥିବା ସୂଚନା ମିଳିଛି। ଏ ସଂକ୍ରାନ୍ତରେ ଅବକାରୀ ବିଭାଗ ପକ୍ଷରୁ ୩୧୫/୨୫-୨୬ ମାମଲା ରୁଜୁ କରାଯାଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
