ସେଣ୍ଟ ଜାଭିୟର୍ସ ହାଇସ୍କୁଲର ବିଜ୍ଞାନ ଓ କଳା ପ୍ରଦର୍ଶନୀ ଉଦଯାପିତ।
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ)::: ସୋର ଉତ୍ତରେଶ୍ଵର ସ୍ଥିତ ସେଣ୍ଟ ଜାଭିୟର୍ସ ହାଇସ୍କୁଲରେ ବିଜ୍ଞାନ, ସାମାଜିକ ବିଜ୍ଞାନ , ଗଣିତ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୧୩ ଟି କଳା ପ୍ରଦର୍ଶନୀ ହୋଇଥିଲା। ପ୍ରକଳ୍ପ ଗୁଡ଼ିକ ସୋର ଉପେନ୍ଦ୍ର ନାଥ ମହାବିଦ୍ୟାଳୟରେ ଅଧ୍ୟାପକ ମାନସ ରଞ୍ଜନ ରଞ୍ଜନ ପଣ୍ଡା, ସୁଷମା ମହାନ୍ତି ଏବଂ ଶ୍ରୀରାମ ଆବାସିକ ମହାବିଦ୍ୟାଳୟ ଅଧ୍ୟାପିକା ବନିତା ନାୟକ ମୂଲ୍ୟାଙ୍କନ କରିଥିଲେ। ବିଦ୍ୟାଳୟ ର ଚ୍ୟାୟରମ୍ୟାନ ବନମାଳୀ ଦାସ ଏବଂ ଅଧ୍ୟାପକ ମାନସ ରଞ୍ଜନ ପଣ୍ଡା ଏହି ପ୍ରକଳ୍ପ ଗୁଡ଼ିକ ଉଦଘାଟନ କରିଥିଲେ। ଉଦଘାଟନି ସଭା କୁ ବିଦ୍ୟାଳୟ ର ନିର୍ଦେଶକ ଅଶୋକ କୁମାର ମହାନ୍ତି ସଭାପତିତ୍ବ କରିଥିଲାବେଳେ ବିଦ୍ୟାଳୟ ର ଅଧ୍ୟାପକ ଓ ଅଧ୍ୟାପିକା ମାନେ ପିଲା ମାନଙ୍କୁ ବିଜ୍ଞାନ ମନସ୍ତ ହୋଇ ଭବିଷ୍ୟତରେ ଜଣେ ଜଣେ ଭଲ ବୈଜ୍ଞାନିକ ହେବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଶାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିବାବେଳେ ଉପାଧ୍ୟକ୍ଷ ପର୍ଶୁରାମ ବେହେରା ପ୍ରକଳ୍ପ ଗୁଡ଼ିକ ପରିଚାଳନା କରିଥିଲେ। ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉକ୍ତ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ।
