ସିଂହପୁର ଠାରୁ ଚାଉଁତରା ରାସ୍ତାଟି ଏବେ ସାଜିଛି ମରଣ ଯନ୍ତା ବନ ବିଭାଗ, ରାସ୍ତା ଓ ପୂର୍ତ୍ତ ବିଭାଗ ବେପରୁଆ ନିତୀ ଯୋଗୁ
ଯାଜପୁର /(ଭଞ୍ଜଦୂତ:ନିପ୍ର )ରିପୋର୍ଟର :ସରୋଜ କୁମାର ଧଳ
ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅରେଇ ଛକ ଠାରୁ ମଇନ୍ଦା ଛକ ପର୍ଯ୍ୟନ୍ତ ବନ ବିଭାଗ ର ବେପରୁଆ ନିତୀ ଯୋଗୁ ଜନସାଧାରଣ ଙ୍କ ଚିନ୍ତାର କାରଣ ହୋଇଛି | ବଡ଼ ବଡ଼ ଗଛ ଥିବା ବେଳେ ଟିକିଏ ଝଡ଼ ବର୍ଷା ହେଲେ ଶୁଖିଲା ଡାଳ ସାଜୁଛି ଦାଉ | ଏହି ରାସ୍ତାଟି ସିଂହପୁର ଠାରୁ ଯାଜପୁର ମୁଖ୍ୟ ରାସ୍ତା ହୋଇ ଥିବାରୁ ରାତି ପାହିଲେ ସହ ସହ ଟ୍ରକ, ବସ୍, କାର, ମୋଟର ସାଇକଲ, ପଦ ଯାତ୍ରୀ ଯିବା ଆସିବା କରୁଛନ୍ତି, ତାହା ସହିତ ଏହି ରାସ୍ତା ଉପରେ ହଜାର ହଜାର ଛାତ୍ର ଛାତ୍ରୀ ମଧ୍ୟ ନିଜର ଭବିଷ୍ୟ ନେଇ ବାହାରି ଥାନ୍ତି। ତା ମଧ୍ୟରେ ଗ୍ରାମ ପାଖରେ ରାସ୍ତା ହୋଇଥିବାରୁ ଚାଷୀ ମାନେ ମଧ୍ୟ୍ୟ କ୍ଷେତ କୁ ଯିବା ଆସିବା କରନ୍ତି, ଏଠାରେ ରାସ୍ତା ଓ ପୂର୍ତ୍ତ ବିଭାଗର ନିମ୍ନମାନର କାମ ଯୋଗୁ ବର୍ଷ ପୁରୁନି ରାସ୍ତା ରେ ପ୍ରତି ୧୦ ହାତରେ ଗାଢ଼ା ହି ଗାଢ଼ା ଏପଟେ ଗଛର ଶୁଖିଲା ଡାଳର ଡର, ଏବଂ ଏଠାରେ ଶୁଣିବାକୁ ମିଳୁଛି ବେଆଇନ ବାଲି ବୋଝେଇ ହାୱା ରାତି ଦିନ ଚାଲୁ ଥିବାରୁ ରାସ୍ତା ଖାଲର କାରଣ ହେଉଛି |ଏହି ରାସ୍ତା ଦେଈ ପ୍ରଶାସନ ପାଖରୁ ନେଇ ରାଜ ନେତା ପର୍ଯ୍ୟନ୍ତ ସମସ୍ତେ ଯିବା ଆସିବା କରୁ ଛନ୍ତି ହେଲେ କାହାରି ଦୃଷ୍ଟି ଆକର୍ଷଣ କୁ ଆସୁନି ଜନ ସାଧାରଣ ଙ୍କ ଅଭିଯୋଗ ପ୍ରଶାସନ ଏହା ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ଆଗାମୀ ଦିନରେ ରାଜ ରାସ୍ତାକୁ ଓଲ୍ହେଇ ବାକୁ ପଛାଇବେ ନାହିଁ ବୋଲି କହିଛନ୍ତି। କାହା ପ୍ରଭାବ ରେ ପ୍ରଶାସନ, ଠିକା ଦାର ଓ ରାଜ ନେତା ନିରବ ଦ୍ରଷ୍ଟା ସାଜିଛନ୍ତି। ସୁ ସାସନ ନାଁରେ ଏ କି ଦୁର୍ନୀତି।
