ନିର୍ଯ୍ୟାତିତ,ଅବହେଳିତ ଆଉ ଅଣଦେଖା ଭିତରେ ପଡ଼ି ରହିଛି ସ୍ଥାନୀୟ ଆଇଟିଆଇ ପଡ଼ିଆ !
ପରିବେଶ ସୁରକ୍ଷା ଆମର ଦାୟିତ୍ବ ଉପରେ ଆମେ ଖୁବ ଗୁରୁତ୍ୱ ଦେଉଥିବା ବେଳେ, ଅତି ଦୟନୀୟ ଅବସ୍ଥାରେ ରହିଛି ବାଲେଶ୍ବର ଆଇଟିଆଇ ପଡ଼ିଆ। ସତେ ଯେମିତି ପଡ଼ିଆର ଏଭଳି ସ୍ଥିତିକୁ ଦେଖିବାକୁ ଭୁଲି ଯାଇଛନ୍ତି ବିଭାଗୀୟ କତୃପକ୍ଷ କିମ୍ବା ବିଭାଗୀୟ କତୃପକ୍ଷଙ୍କ ଅଣଦେଖାର ବଡ଼ ଶିକାର ହୋଇଛି ଆଇଟିଆଇ ପଡ଼ିଆ। ବାଲେଶ୍ବର ସହରର ବିଭିନ୍ନ କାର୍ଯ୍ୟକ୍ରମ ଏହି ପଡ଼ିଆରେ ଅନୁଷ୍ଠିତ ହେଉଥିବା ବେଳେ, ଯଦି କେହି ପଡ଼ିଆ ଭିତରକୁ ଯାଇ ସ୍ଥିତି କୁ ଅନୁଧ୍ୟାନ କରେ, ତେବେ ଆମେ ପରିବେଶର ସୁରକ୍ଷା କୁ ନେଇ କେତେ ଚିନ୍ତିତ ସେଥିରୁ ସ୍ପଷ୍ଟ ଅନୁମେୟ କରିହେବ। ଗତ କିଛି ଦିନ ଭିତରେ ରାବଣ ପୋଡି ଉତ୍ସବ ଠାରୁ ଆରମ୍ଭ କରି ବାଣ ଦୋକାନ ଏହି ପଡ଼ିଆରେ ଅନୁଷ୍ଠିତ ହୋଇଯାଇଥିବା ବେଳେ, ଆଗକୁ ଆସୁଛି ଜିଲ୍ଲାର ସରକାରୀ ସ୍ତରରେ ହେଉ ଅବା ବିଭିନ୍ନ ସଙ୍ଗଠନ ଦ୍ବାରା ଆୟୋଜିତ ହେଉଥିବା ବିଭିନ୍ନ ମହୋତ୍ସବ ! ପଡ଼ିଆର ଅଧା ପାଣି ଜମି ରହିଥିବା ସହ ସ୍ଥିତି ଯାହା ରହିଛି, ଆଉ ଏତେ ସଙ୍କୋଚିତ ହୋଇ ଯାଇଛି ଯେ, ଲୋକେ ପଡ଼ିଆକୁ ପଶିବା ବି କଷ୍ଟକର। ବିଭାଗୀୟ କତୃପକ୍ଷ ଗୁରୁତ୍ୱ ଦେଇ ପଡ଼ିଆକୁ ସୁନ୍ଦର କରିବା ସହ ପଡ଼ିଆର ଆଖପାଖ ପରିବେଶକୁ ମଧ୍ୟ ସଜାଡିବାକୁ ସାଧାରଣରେ ଦାବି ହେଉଥିବା ଶୁଣିବାକୁ ମିଳୁଛି।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
