*ଆପାର ଆଇଡି ୱେବ୍ ସାଇଡ ବନ୍ଦ ଥିବାରୁ ପିି ଇ ଏନ ନମ୍ବର ହୋଇପାରୁ ନାହିଁ, ଚକୋଟିଆ ଭୁଞ୍ଜିଆ ଝିଅମାନଙ୍କ ଭବିଷ୍ୟତ ଶିକ୍ଷା ସଂକଟ ନେଇ ଆଶଙ୍କା*
ନୂଆପଡା (ମିଖାଏଲ ନନ୍ଦ)
ନୁଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକ ସୁନାବେଡ଼ା ଗ୍ରାମପଞ୍ଚାୟତରୁ ଆସିଥିବା ଛଅଜଣ ଚକୋଟିଆ ଭୁଞ୍ଜିଆ ଆଦିମ ଜନଜାତି ଝିଅମାନେ ଏପର୍ଯ୍ୟନ୍ତ Permanent EDUCATION Number (PEN) ସ୍ଥାୟୀ ଶିକ୍ଷା ନମ୍ବର ପାଇ ନଥିବାରୁ ସେମାନଙ୍କ ଶିକ୍ଷା ଜୀବନ ସଙ୍କଟରେ ଅଛି। ସେମାନେ ବର୍ତ୍ତମାନ ଖରିଆର ଉଚ୍ଚ ମାଧ୍ୟମିକ ସ୍କୁଲ ରେ ୩ ଜଣ ବାଳିକା ଅଧ୍ୟୟନ କରୁଛନ୍ତି। ଏକଳବ୍ୟା ସ୍କୁଲରେ ଏକ ଜଣ, ବୁଧିକୋମନା ଉଚ୍ଚ ମାଧ୍ୟମିକ ସ୍କୁଲରେ ଏକ ବାଳିକା ପଢୁଛନ୍ତି। ମେଟ୍ରିକ୍ ପଢ଼ିଥିବା ସ୍କୁଲ୍ରେ ସେମାନଙ୍କୁ ଆପାର ରେଜିଷ୍ଟର୍ କରିନଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି । ଆପାର୍ ୱେବସାଇଟ୍ ବନ୍ଦ ହୋଇଥିବାରୁ ବର୍ତ୍ତମାନ ନୂଆଭାବରେ ରେଜିଷ୍ଟର୍ କରିବା ସମ୍ଭବ ହେଉନାହିଁ। ନୂତନ ଶିକ୍ଷା ନୀତି ରେ ଏହି ନମ୍ୱର୍ ଆବଶ୍ୟକ ଅଟେ।ଏହି ବିଷୟରେ ଜୁଲାଇ ଶେଷରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପୋର୍ଟାଲ ରେ ଅଭିଯୋଗ ହୋଇ ଜିଲ୍ଲା ଶିକ୍ଷା ଅଧିକାରୀ ନୁଆପଡ଼ାଙ୍କୁ ପଠାଯାଇଥିଲେ। ଶିକ୍ଷା ବିଭାଗ ଏବଂ ଶିକ୍ଷା ଅନୁଷ୍ଠାନ ଅଧ୍ୟକ୍ଷମାନେ ଦାୟିତ୍ୱକୁ ପରସ୍ପରଙ୍କ ଉପରେ ଲଦାଲୁଦି ହେଉଛନ୍ତି।
“ଜୟମନୀ ଙ୍କୁ ପିଏଚ ଡି ସଫଳତା ପାଇଁ ସମ୍ବର୍ଦ୍ଧିତା ସ୍ବାଗତ ଯୋଗ୍ଯ, ଏହି ଛାତ୍ରୀଙ୍କ ସମସ୍ୟା ଉଚ୍ଚ ଶିକ୍ଷା ନେଇ ପ୍ରଶାସନ ପଦକ୍ଷେପ ପାଇଁ ଅନୁରୋଧ।
