*ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ୍ ତୁକଲା ଠାରେ ତାରିଣୀ ବସ କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବ୍ଲକ୍ ତୁକଲା ଠାରେ ତାରିଣୀ ବସ କୁ ପଛ ପଟୁ ଧକ୍କା ଦେଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ଆଜି ସକାଳ ରୁ ତାରିଣୀ ବସ ଖଡିଆଳ ଆଭିମୁଖ୍ୟ ଆସୁଥିବା ବେଳେ ଟି ବସ ଷ୍ଟପ ରେ ଅଟକି ଥିବା ବେଳେ ଭବାନୀପାଟଣା ପଟୁ ଆସୁଥିବା ଏକ ଟ୍ରକ ବସ କୁ ପଛ ପଟୁ ଧକ୍କା ଦେଇଥିଲା। ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ। କୌଣସି ଆହତ ହେବାର ସୂଚନା ନାହିଁ। ନଚେତ୍ ଏହି ଟ୍ରକ୍ ଅନେକ ଲୋକଙ୍କୁ ଚାପି ଦେଇଥାନ୍ତା। ଘଟଣା ସ୍ଥଳ ରୁ ବସ ଏବଂ ଟ୍ରକ୍ କୁ ଖଡିଆଳ ଆଣିଥିଲେ। ଟ୍ରକ୍ ଚାଲାକ୍ ଙ୍କୁ ପୋଲିସ କୁ ହସ୍ତାନ୍ତର କରିଥିବା ବେଳେ ଖଡିଆଳ ଥାନା ରେ ଟ୍ରକ୍ ଅଟକ ଥିବା ଜଣାପଡିଛି। ଗାଡ଼ି ମାଲିକ ମୁନା ତାଣ୍ଡି ଘଟଣା ସ୍ଥଳ ରେ ପହଞ୍ଚିଥିଲେ।
