ନୂଆପଡା(ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସୁନାବେଡା ପାର୍ବତ୍ୟ ଅଞ୍ଚଳ ସୁନାବେଡ଼ା ଅଭୟାରଣ୍ୟ ରେ ବସବାସ କରୁଥିବା ଭୂଞ୍ଜିଆ ଆଦିମ ଜନଜାତି ଙ୍କ ଅନନ୍ୟା ନୂଆଁଖାଇ ପର୍ବ ପାଳନ କରନ୍ତି। ଦେବ ନୂଆଁଖାଇ ଭାଦ୍ରବ ଅମାବାସ୍ୟା ରେ ଦେବୀ ସିନଦେଇଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୁରୁଷ ମାନେ ନୂଆଁଖାଇ ପାଆଲନ କରୁଥିବା ବେଳେ ଭାଦ୍ରବ ଶ୍ରୀପଞ୍ଚମୀ ରେ ମହିଳା ପୁରୁଷ ଉଭୟ ମିଳିତ ରୂପେ ନୂଆଁଖାଇ ଖାଆନ୍ତି। ମାଟି ମାଁ କୁ ପୂଜା କରିଥିବା ସହ ମାଟି ରୁ ଉତ୍ପତ୍ତି ପ୍ରଥମ ଶସ୍ୟ କୁ ଅଧିଷ୍ଠାତ୍ରୀ ଦେବୀ ଙ୍କୁ ଅର୍ପଣ କରିଥାନ୍ତି। ଏହା ନେଇ ମହିଳା ମାନେ ନିଜ ଲାଲ ଘର, ଲାଲ ବଙ୍ଗଳା କୁ ନୂତନ ରୁପ ଦେଇ ଲାଲରଙ୍ଗ ଦେଇ ସଫା ସୁତୁରା କରନ୍ତି। ମହିଳା ମାନେ ଜଙ୍ଗଳ ରୁ ଭିନ୍ନ ମାଟି ସଂଗ୍ରହ କରି ନୂଆଁ ଖାଇ ପର୍ବ ପାଲ ପ୍ରସ୍ତୁତ ଆରମ୍ଭ କରିଛନ୍ତି। ମାଟି ସଂଗ୍ରହ କରିଥିବା ଦୃଶ୍ୟ।
