ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଡିଗ୍ରୀ ମହିଳା କଲେଜ ର ଜାତୀୟ ସେବା ଯୋଜନା ମହିଳା ୟୁନିଟ ପକ୍ଷ ରୁ ସ୍ୱାସ୍ଥ୍ୟ ଶିବିର ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ନିଶା ମୁକ୍ତ ଅଭିଯାନ କରିବା ସହ ସ୍ବାସ୍ଥ୍ୟ ଶିବିର ରେ ଆବଶ୍ୟକ ଔଷଧ ବଣ୍ଟନ କରିଛନ୍ତି। ସେହିପରି ୨୦ ରୁ ଉର୍ଦ୍ଧ ନାଗରିକଙ୍କ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗ ପରୀକ୍ଷା କରିଛନ୍ତି। ଏହି ଶିବିର କୁ ଜାତୀୟ ସେବା ଯୋଜନା ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରଧାନୀ, ସ୍ୱାସ୍ଥ୍ୟ ବିଭାଗ ପକ୍ଷ ରୁ ପ୍ରମୋଦ ପ୍ରଧାନୀ, ରୋହନ ପ୍ରଧାନୀ, ଆଦିବାସୀ ମୁଖ୍ୟ ଖିରଧର ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଏହି ଯୁନାନି ଗ୍ରାମ ଧରୁଆପଡ଼ା ସେବା ୟୁନିଟ ପକ୍ଷ ରୁ ପୋଷ୍ୟ ଗ୍ରହଣ କରି ଆବଶ୍ୟକ ବିକାଶ ମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ କଲେଜ୍ ଛାତ୍ରୀ ମାନେ ଯୋଗ ଦେଇ ସହଯୋଗ କରିଥିଲେ।
